ପୁରୁପାଣି, ତାରଭଙ୍ଗ, ଛେଳାଗଡ ଓ ଡାବରାଗୁଡା ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ

୩ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ଆର,ଉଦୟଗିରି ବ୍ଳକ ଅନ୍ତର୍ଗତ ପୁରୁଣାପାଣି , ରଣ୍ଡିବା ଛେଳାଗଡ ଓ ଡାଡରାଗୁଡା ପଞ୍ଚାୟତରେ ରବିବାର ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏ ନେଇ ପଞ୍ଚାୟତ କାର୍ଯ୍ୟାଳୟର ପୁରୁଣାପାଣି ଓ ରଣ୍ଡିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ଲଳିତମହୋନ ଗୌଡ ଓ ଛେଳାଗଡ ଓ ଡାବରାଗୁଡା ନିର୍ବାହୀ ଅଧିକାରୀ ସଶଙ୍କ ସେଖର ସୁବୁଦ୍ଧି ସଭାପତିତ୍ବ କରିଥୂଲେ ।

ଏହି କାର୍ଯ୍ୟକ୍ରମରେ ସମସ୍ତ ଓ୍ବାର୍ଡ ମେମ୍ବର ଜିଆରଏସ୍, ପିଏଜି, aww,asa ପ୍ରମୁଖ ଉପସ୍ଥିତ ରହି ସ୍ବଛତା ହିଁ ସେବା କାର୍ଯ୍ୟକ୍ରମର ପଞ୍ଚାୟତର ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋଚନା କରିବା ସହ ପଞ୍ଚାୟତକୁ ସ୍ବଛ ରଖିବା ପ୍ରତି ଦୃଷ୍ଟିଦେବା ପାଇଁ ସଚେତନ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ସିଆରପି,ଏମ୍ବିକେ, ଏସ୍ଏଚ୍ଜି ମହିଳା ଗୋଷ୍ଠୀ ଏବଂ ଗ୍ରାମବାସୀ ଯୋଗଦେଇଥିଲେ । ଏହି ଅବସରେ ତତ୍ତ୍ବାବଧାନରେ ଗ୍ରାମ, ମନ୍ଦିର, ପୋଖରୀ ତଠ ଓ ବିଦ୍ୟାଳୟ , ପଞ୍ଚାୟତ ଅଫିସ ଓ ତାରବାଙ୍ଗ ଗାଁ , ପୁରୁଣାପାଣି, ଛେଳାଗଡ, ଡାବରାଗୁଡା ଓ ରଣ୍ଡିବା ଗାଁ ଆଦି ବିଭିନ୍ନ ସ୍ଥାନ ସଂଫେଇ କରାଯାଇଥିଲା ।

Exit mobile version