ସରକାରୀ ଉଚ୍ଚ ବିଦ୍ୟାଳୟ, କେ. ଏମ.ଭାଲିଆସାହିଠାରେ ଗାନ୍ଧୀ ଜୟନ୍ତୀ ପାଳିତ

୩ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ସୋମବାର ସରକାରୀ ଉଚ୍ଚ ବିଦ୍ୟାଳୟ, କେ. ଏମ.ଭାଲିଆସାହିଠାରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ସଭାପତିତ୍ୱ ତଥା ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୀବନୀ ଓ ଭାରତର ସ୍ୱାଧୀନତା ପଛରେ ଥିବା ତାଙ୍କର ବଳିଷ୍ଠ ନେତୃତ୍ୱ ସମ୍ବନ୍ଧରେ ପ୍ରତିପାଦିତ କରିବା ସହ ଏହି ମହାନ ପୁରୁଷଙ୍କ ସତମାର୍ଗ ତଥା ଅହିଂସା ନୀତିକୁ ଅନୁସରଣ କରିବା ପାଇଁ ଆହ୍ୱାନ ଦେଇଥିଲେ l ଏଥି ସହ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକଶିକ୍ଷୟତ୍ରୀ ଯଥା ପ୍ରହ୍ଲାଦ ଶିଅଳ,

କିଶୋର ଦଣ୍ଡସେନା, ନୀଳକଣ୍ଠ ନାୟକ, ତାରିଣୀ ଚରଣ ମଣ୍ଡଳ, ଦିଗାମ୍ବର ଦାସ, ସନ୍ତୋଷ ନାଇକ, ସଞ୍ଜୟ ଗୌଡ଼, ଅସିତ କୁମାର ସାହୁ, ବିରଜା ମାଳିନୀ ନାୟକ, ସୁଷମା ବଣୁଆରାୟୀ, ମମତା ବେହେର୍ଦଳାଇ ପ୍ରଜ୍ଞାଦୀପ୍ତା ପାଇକ, ରବିନା ଦାସ, ବିରଜା ମାଳିନୀ ନାୟକ, ସୁନିତା କୁମାରୀ ଦଳାଇ, ସଂଗୀତା କୁମାରୀ ସାହୁ, କେଦାରନାଥ କର, ସୁଶାନ୍ତ ସାହୁ ସମସ୍ତେ ଉପସ୍ଥିତ ରହି ଶିକ୍ଷାର୍ଥୀମାନଙ୍କୁ ଗାନ୍ଧୀଙ୍କ ମାର୍ଗଦର୍ଶନରେ ଅନୁପ୍ରାଣିତ ହେବାକୁ ଉଦବୋଧନ ଦେଇଥିଲେ l ଏହା ପରେ ମହାତ୍ମାଗାନ୍ଧୀଙ୍କୁ ଉତ୍ସର୍ଗ କରି ସାରା ଦେଶରେ ପାଳିତ ହେଉଥିବା ସ୍ୱଚ୍ଛତା ଦିବସ ବିଷୟରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରି ସଭା କାର୍ଯ୍ୟକ୍ରମକୁ ସମାପ୍ତ କରାଯାଇଥିଲା l

Exit mobile version