ଗଜପତି ଜିଲ୍ଲାପାଳ ଅପହଞ୍ଚ ଅଞ୍ଚଳ ଚାଲି ଚାଲି ବୁଲି ଲୋକଙ୍କ ସମସ୍ୟା ବୁଝିଥିଲେ

୩ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲାପାଳ ସ୍କୃତି ରଞ୍ଜନ ପ୍ରଧାନ ମୋହନା ବ୍ଳକ ଗ୍ରସ୍ତ କରି ଲୋକମାନଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ । ବ୍ଳକ ବିଭିନ୍ନ ଦୁର୍ଗମ ପଞ୍ଚାୟତରେ ଚାଲିଥିବା ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଓ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ସମାଧାନ କରବା ଉଦ୍ଦେଶ୍ୟରେ ପାଦରେ ଚାଲି ଚାଲି ଓ ଦୌଡି ଦୌଡି ଯାଇ ବିଭିନ୍ନ ଗ୍ରାମରେ ପହଞ୍ଚି ସୁବିଧା ଅସୁବିଧାର ଲୋକଙ୍କୁ ପଚାରିଛନ୍ତି ।

କର୍ଚବାଡି ପଞ୍ଚାୟତ ଅଧୀନ ଚାପଡପଙ୍କା ଗ୍ରାମଠାରୁ ରାଜମା ଗ୍ରାମକୁ ଯିବାକୁ ହେଲେ ଅତିକ୍ରମ କରିବାକୁ ପଡିଥାଏ ହରଭଙ୍ଗି ନଦୀ । ଲୋକଙ୍କ ଦାବି ଅନୁଯାୟୀ ଜିଲ୍ଲାପାଳ ଉକ୍ତ ନଦୀ ଉପରେ ବ୍ରିଜ ନିର୍ମାଣ କରିବା ପାଇଁ ଆରଡି ବିଭାଗକୁ ନିଦ୍ଦେଶ ଦେଇଥିଲେ । ତା ପରେ ବୁଡ୍ରିଙ୍ଗ ଗ୍ରାମ ଭିତର ଦେଇ ରାସ୍ତା ସମ୍ପ୍ରସାରଣ ନ କରି ସ୍କଲ ପଛପଟ ଦେଇ ବାଇପାଶ ରାସ୍ତା ନିର୍ମାଣ କରିବା ଉପରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ ।

କନ୍ଧ ଅଡବାସ୍ଥିତ ମହିଳା ସ୍ବୟଂସହାୟକ ଦଳଙ୍କ ଦ୍ବାରା ପରିଚାଳିତ କୁକୁଡା ଦାନା ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ, ବୁଡାପଙ୍କା ଗ୍ରାମ ନିକଟ ନାଳ ଉପରେ ପୋଲ ନିର୍ମାଣ, ବିରିକୋଟ ଗ୍ରାମର କୋଥଲିକ ଚର୍ଚ ପରିଦର୍ଶନ, ତୋରାଣିପାଣି ଗ୍ରାମର ୫-ଟି ସ୍କୁଲ ପରିଦର୍ଶନ କରିଥିଲେ । ଜିଲ୍ଲାପାଳଙ୍କ ଏହି କାର୍ଯ୍ୟକ୍ରମରେ ବିଡିଓ ତପସିନୀ ହାଁସଦା, ବ୍ଳକ ଅଧ୍ୟକ୍ଷ ରଞ୍ଜୀବ ଶବର, ମୋହନା ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର ମଳିକ, ପିଇଓ, ସହକାରୀ ନିର୍ବାହୀ ଯନ୍ତୀ ଓ ବ୍ଳକ ସମସ୍ତ କନିଷ୍ଠ ଯନ୍ତୀଙ୍କ ସମେତ ବିଭିନ୍ନ ଗ୍ରାମର ଲୋକମାନେ ଉପସ୍ଥିତ ଥିଲେ ।

Exit mobile version