ଗାନ୍ଧୀ ଜୟନ୍ତୀରେ ମୋହନା କଲ୍ୟାଣ ମଣ୍ଡପରେ ଠାରେ ବିଜେଡି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

୩ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ୧୪୮ ତମ ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଓଡିଶା ମୋ ପରିବାର ଆନୁକୁଲ୍ୟରେ ମୋହନା ବ୍ଳକର ମୋହନା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ରକ୍ତ ଦାନ ଶିବିରକୁ ଉଦ୍ଘାଟନ କରିବା ଅବସରରେ ଏହି କାର୍ଯ୍ୟକ୍ରମରେ ରାଜ୍ୟ Obc advisor ଶ୍ରୀ ପୃଥ୍ବୀ ରାଜ ସାହୁ, ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭପତି ତଥା ରାୟଗଡା ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ପୂର୍ନବାସୀ ନାୟକ,

ମୋହନା ବ୍ଳକ ଅଧ୍ୟକ୍ଷ ଶ୍ରୀ ରଞ୍ଜିବ ଶବର, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁନୀଲ ବିଶୋଇ, ଶ୍ରୀ ଚନ୍ଦ୍ର କୁମାର ମଲ୍ଲିକ, ଯୁବ ସଭାପତି ଶ୍ରୀ ଲିଙ୍ଗରାଜ ପୂଜାରୀ, ଉପସଭାପତି ଶ୍ରୀ ଦଣ୍ଡାସି ସାହୁ, ଭୀମ ପାଇକ, ଅନ୍ତଜାମି ଗମାଙ୍ଗ vc , ସମସ୍ତ ସରପଞ୍ଚ, ସମିତି ସଭ୍ୟ/ ସଭ୍ୟା ବିଳାସ ନାୟକ, ହାଡିଆ କନ୍ଧ, ଓଡିଶା ମୋ ପରିବାରର ଶ୍ରୀମତୀ ଇନ୍ଦିରା ପଟ୍ଟନାୟକ ଓ ବହୁ ରକ୍ତ ଦାତା ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମକୁ ବ୍ରହପୁର ସାସଂଦ ଚନ୍ଦ୍ର ସେଖର ସାହୁ ଓ ବିଜୁ ଜନତା ଦଳ ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ପ୍ରମୁଖ ଯୋଗ ଦେଇ ଉଦଯାପିତ କରିଥଲେ । ୯୦ ଉମେଟ ରକ୍ତ ସଗ୍ରହ ହୋଇଥିଲା । ଏହି କାଯ୍ୟକ୍ରମକୁ ଜିଲା ଉପସଭାପତି ଦଣ୍ଡାସି ସାହୁଙ୍କ ନେତୃତ୍ୱରେ ହୋଇଥିଲା ।

Exit mobile version