ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ଼  :->  ନୟାଗଡ଼ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଗାନ୍ଧୀଜୀଙ୍କ ୧୫୪ ତମ ଓ ଶାସ୍ତ୍ରୀଜୀଙ୍କ ୧୧୯ ତମ ଜୟନ୍ତୀ ପାଳନ ହୋଇ ଯାଇଛି। ବିଦ୍ଯାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଛାତ୍ରଛାତ୍ରୀ ଓ ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା ମାନେ ପୁଷ୍ପ ମାଲ୍ୟାର୍ପଣ କରିବା ସହିତ ଧୂପ ଦୀପ ପ୍ରଦାନ କରିଥିଲେ।

 

ଏହାପରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ସଭାକକ୍ଷରେ ଥିବା ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଫଟୋଚିତ୍ରରେ ଧୂପ ଦୀପ ଓ ପୁଷ୍ପ ମାଲ୍ୟାର୍ପଣ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଛାତ୍ରଛାତ୍ରୀ ମାନେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ବିଷୟରେ ସୁନ୍ଦର ବକ୍ତବ୍ଯ ରଖିଥିଲେ।

ବିଦ୍ଯାଳୟର ସମ୍ପାଦକ ଶ୍ରୀଧର ସାହୁ ଗାନ୍ଧୀଜୀ ଅହିଂସା ପଥରେ ପଥିକ ହୋଇ ସମାଜକୁ ଦିଗଦର୍ଶନ ଦେଇଥିଲା ବେଳେ ଶାସ୍ତ୍ରୀଜୀ ଶାନ୍ତିପ୍ରିୟ ଥିଲେ ବୋଲି ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ସହିତ ପ୍ରିୟମ୍ବଦା ଗୁରୁମା, ଅର୍ଚ୍ଚନା ଗୁରୁମା, ପୁଷ୍ପିତା ଗୁରୁମା, ଶୁଭଶ୍ରୀ ଗୁରୁମା, ସସ୍ମିତା ଗୁରୁମା, ସୁଶ୍ରୀତା ଗୁରୁମା, ରୋଜାଲିନ୍ ଗୁରୁମା, ତପସ୍ୱୀନୀ ଗୁରୁମା ଓ ରାମ ଗୁରୁଜୀ ଉପସ୍ଥିତ ଥିଲେ ।

Exit mobile version