ଚମ୍ପୁଆ N.A.C ଠାରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା

୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚମ୍ପୁଆ :-> ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଅକ୍ଟୋବର ୦୨ ରିଖ (ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ) ଠାରୁ ଜନ ସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ ଚମ୍ପୁଆ NAC ଠାରେ ହୋଇଯାଇଛି । ଚମ୍ପୁଆ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତଙ୍କ ନେତୃତ୍ବରେ

 

ବିଶାଳ ସଂଖ୍ୟକ ବିଜେଡି କର୍ମୀ ମାନଙ୍କୁ ନେଇ ସର୍ବପ୍ରଥମେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ NACର ବିଭିନ୍ନ ୱର୍ଡକୁ ଯାଇ ଓଡିଶା ସରକାରଙ୍କ ବିଭିନ୍ନ ଜନହୀତକାରୀ ଯୋଜନା ବିଷୟରେ ଅବଗତ କରାଇଥିଲେ ଏବଂ ଚମ୍ପୁଆ ଉପଖଣ୍ଡରେ ଥିବା

Sub-Divisional Hospitalକୁ ଯାଇ ରୋଗୀମାନଙ୍କର ଚିକିତ୍ସା ବିଷୟରେ ପଚାରି ବୁଝିବା ସହିତ ଫଳ ବଣ୍ଟନ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ NAC ଅଧ୍ୟକ୍ଷ ଗିରିଜା ଶଂକର ସାହୁ ସମେତ ଉପାଧ୍ୟକ୍ଷ ମ୍ୟାଡମ ଏବଂ ସମସ୍ତ କାଉଁସିଲର ଉପସ୍ଥିତ ଥିଲେ ।

Exit mobile version