ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଦ୍ଵାରା ମହାତ୍ମା ଗାନ୍ଧୀଙ୍କର ଜନ୍ମ ବାର୍ଷିକୀ ପାଳନ। ସ୍ଵଚ୍ଛତା ପକ୍ଷ (ପଖୱାଡା) ସମାପନ

୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-> ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ “ମହାତ୍ମା ଗାନ୍ଧୀଜୀ”ଙ୍କ ସ୍ମରଣରେ ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ଦ୍ଵାରା ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନରେ ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଇଛି । ଶ୍ରୀ ଏଚ୍.ଏସ୍.ବାଜୱା, ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀମତୀ ଗୁର୍ ସିମ୍ରନ୍ କୌର୍, ମହିଳା କଲ୍ୟାଣ ସଂଗଠନର (ଇକ୍ରୋ) ସଭାନେତ୍ରୀ,ଶାଖା ଅଧିକାରୀ ତଥା ଇକ୍ରୋ ସଦସ୍ୟମାନେ, ମହାତ୍ମା ଗାନ୍ଧୀଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଦ୍ଵାରା,୧୬ ସେପ୍ଟେମ୍ବରରୁ ୨ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ,ସ୍ଵଚ୍ଛତା ପଖୱାଡା ପାଳନ କରି ବିଭାଗର ସମସ୍ତ କର୍ମଚାରୀଙ୍କୁ ନେଇ ବିଭିନ୍ନ ପରିଷ୍କାର ପରିଚ୍ଛନ୍ନତା କାର୍ଯକ୍ରମ ଆୟୋଜନ କରା ଯାଇଥିଲା।

ସ୍ଵଚ୍ଛତା ପଖୱାଡା ପାଳନ ସମୟରେ ରେଳ କର୍ମଚାରୀଙ୍କ ପିଲାଙ୍କ ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସ୍ଵଚ୍ଛତା ପଖୱାଡା ସମାପନ ସମାରୋହ ରେ, ଶ୍ରୀମତୀ ଗୁର୍ ସିମ୍ରନ୍ କୌର୍, ମହିଳା କଲ୍ୟାଣ ସଂଗଠନର (ଇକରୋ) ସଭାନେତ୍ରୀ ବିଜେତାମାନଙ୍କୁ ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କରିଥିଲେ। ସ୍ଵଚ୍ଛତା ପଖୱାଡା ସମୟରେ ସେମାନଙ୍କ ଅମୂଲ୍ୟ କାର୍ଯ୍ୟ ପାଇଁ ହାଉସ କିପିଙ୍ଗ କର୍ମଚାରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା |

ଏହି ଅବସରରେ ସ୍ଵଚ୍ଛତା ବିଷୟରେ ସାଧାରଣ ଜନତାଙ୍କୁ ଅବଗତ କରାଇବା ପାଇଁ ଖୋର୍ଦ୍ଧା ରୋଡ଼ ସ୍କାଉଟ୍ସ ଏବଂ ଗାଇଡ୍ସ,ପିଲାମାନେ “ସ୍ୱଚ୍ଛ ଭାରତ” ଉପରେ ଏକ ନୁକ୍କଡ୍ ନାଟକ ପ୍ରଦର୍ଶନ କରିଥିଲେ। ପ୍ଲାଷ୍ଟିକ ବ୍ୟାଗ ବ୍ୟବହାରକୁ ବନ୍ଦ କରିବା ପାଇଁ,ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନରେ ବିକ୍ରେତା ଏବଂ ଯାତ୍ରୀଙ୍କୁ ସୂତା ବ୍ୟାଗ ବଣ୍ଟନ କରାଯାଇଥିଲା । ପରେ ପରେ ଶ୍ରୀ ଏଚ୍.ଏସ୍.ବାଜୱା, ଶ୍ରୀମତୀ ଗୁର୍ ସିମ୍ରନ୍ କୌର୍,

ଈକ୍ରୋ ସଦସ୍ୟ, ଅଧିକାରୀ, କର୍ମଚାରୀ ଏବଂ ସ୍କାଉଟ୍-ଗାଇଡ୍ ପିଲାମାନେ ସ୍ୱଚ୍ଛତା ସ୍ଲୋଗାନ ଦେଇ ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନରେ ଏକ ସଚେତନତା ରାଲିରେ ଯାଇଥିଲେ । ସ୍ଵଚ୍ଛତା ପଖୱାଡାର ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ଲିଙ୍ଗରାଜ ତ୍ରିପାଠୀ, ସିନିୟର୍ ଡିଭିଜନାଲ ମେକାନିକାଲ୍ ଇଞ୍ଜିନିୟର ଏବଂ ଶ୍ରୀମତୀ ସ୍ବାଧୀନତା ଦାସ, ଡିଭିଜନାଲ ମେକାନିକାଲ୍ ଇଞ୍ଜିନିୟର (କୋଚିଂ ଏବଂ ହାଉସ କିପିଙ୍ଗ) ସଞ୍ଚାଳିତ କରିଥିଲେ ।

Exit mobile version