ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା  :-> ବରିଷ୍ଠ ନାଗରିକ ସଂଘ, ନାଚୁଣୀ ପକ୍ଷରୁ ମହା ମାନବ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ସ୍ଥାନୀୟ ବଡପଦର କଉଡ଼ି ଖଣି ସ୍ଥିତ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ସ୍ଥାୟୀ ସଭାପତି ଅଶ୍ଵିନୀ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାର ପ୍ରାରମ୍ଭରୁ ସଭ୍ୟ ସଭ୍ୟା ମାନଙ୍କ ଦ୍ବାରା ଗାନ୍ଧୀଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା ।

ସଂଘ ର ସମ୍ପାଦକ ଦେବେନ୍ଦ୍ରନାଥ ମହାରଥା ଙ୍କ ପ୍ରାରମ୍ଭିକ ସୂଚନା ପ୍ରଦାନ ପରେ ବରିଷ୍ଠ ସଭ୍ୟ ମକରଧ୍ବଜ ପଲେଇ,ଶତ ସିଂହ ହରିଚନ୍ଦନ,ଶରତ କୁମାର ବ୍ରହ୍ମା,ରାମଚନ୍ଦ୍ର ମାର୍ଥା, ଭିକାରୀ ଚରଣ ପ୍ରଧାନ ପ୍ରମୁଖ ଗାନ୍ଧୀ ଦର୍ଶନ ଉପରେ ଆଲୋକପାତ କରିଥିଲେ। ସଭାପତି ତାଙ୍କ ଭାଷଣ ପ୍ରସଙ୍ଗ ରେ ଗାନ୍ଧୀ ବାଦ ର ସାଂପ୍ରତିକ ପ୍ରାସଙ୍ଗିକତା ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ପରିଶେଷରେ ସହକାରୀ ସମ୍ପାଦକ ହରିହର ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

 

Exit mobile version