ଗାନ୍ଧୀ ଦର୍ଶନ ଉପରେ ଆଲୋଚନାଚକ୍ର

୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ନାଚୁଣୀ ସ୍ଥିତ ସାହିତ୍ୟ, ସଂସ୍କୃତି ଓ ସାମାଜିକ ସଂସ୍ଥା ଜାଗ୍ରୃତିକା ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ସ୍ଥାନୀୟ ହରିପୁର ବ୍ରୃଷଭଛକ ଠାରେ ଗାନ୍ଧୀ ଦର୍ଶନ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ସଭାପତି ପ୍ରଫେସର ଗଙ୍ଗାଧର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଆଶିଷ କୁମାର ପତି,

ପ୍ରମୋଦ କୁମାର ପଣ୍ଡା, ଶିବପ୍ରସାଦ ତ୍ରିପାଠୀ, ଅଜିତ ମିଶ୍ର, ଭବାନୀ ଶଙ୍କର ମହାପାତ୍ର, ଭିକାରୀ ଚରଣ ପ୍ରଧାନ,ଅଶ୍ଵିନୀ କୁମାର ମହାପାତ୍ର, ବିରଞ୍ଚିନାରାୟଣ ପ୍ରସାଦ ନାୟକ, ଦୁର୍ଯ୍ୟୋଧନ ପ୍ରଧାନ,ପଠାଣି ବଳବନ୍ତରାୟ ପ୍ରମୁଖ ଏହି ବୈ।ଦ୍ଧିକ ଆଲୋଚନାରେ ଯୋଗ ଦେଇ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ।

 

Exit mobile version