ରଣପୁର ବିଭିନ୍ନ ବିଦ୍ୟାଳୟ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ରଣପୁର ବ୍ଳକ ର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ବିଦ୍ୟାଳୟ ଆଜି ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହେଉଛି । ଗୋପାଳ ପୁର ପୋଷ୍ଟ ଅଫିସ୍ ନିକଟରେ ସ୍ଥିତ ମଦନମୋହନ ବିହାର ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ଓ ମହତପଲା ଶିଶୁ ମନ୍ଦିର ର ପିଲା ମାନେ ସ୍କାଉଟ୍ ଗ୍ରୃପ୍ ସହିତ ଏକ ଶୋଭାଯାତ୍ରା ରେ ବାହାରି ଗ୍ରାମ ପରିକ୍ରମା କରି ସ୍ବଚ୍ଛତା ଉପରେ ସ୍ଳୋଗାନ୍ ଦେଇ ଜନସାଧାରଣଙ୍କୁ ସଚେତନ ର ବାର୍ତ୍ତା ଦେଇଛନ୍ତି । ଭ୍ରମଣ ଫେରି ଆସି ବିଦ୍ୟାଳୟ ଏକ ବୈଠକ କରାଯାଇଥିଲା,

ଏହି ବୈଠକ ପିଲା ମାନେ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଜୀବନ ଉପରେ ବକ୍ତୃତା ଦେଇଥିଲେ । ସମସ୍ତ ପିଲା ମାନଙ୍କ ମଧ୍ୟରେ ଚିତ୍ରାଙ୍କନ,ପ୍ରବନ୍ଧ ଲିଖନ ପ୍ରଭୃତି ପ୍ରତିଯୋଗିତା କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ସମ୍ପାଦକ ବାଳକୃଷ୍ଣ ଷଡ଼ଙ୍ଗୀ ଆୟୋଜନ କରିଥିଲେ । ପ୍ରଧାନ ଆଚାର୍ଯ୍ୟା ଅନୁପମା ଦାଶ,ନିରୁପମା କର ସୋମନାଥ ପରିଡା ପର୍ଶୁରାମ ମହାପାତ୍ର ,କଳ୍ପନା ପାଇକରାୟ ,ସୁଲୋଚନା ପ୍ରଧାନ ଏବଂ ମନୋରଞ୍ଜନ ବାରିକ ସହିତ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

Exit mobile version