ମାହାଙ୍ଗା ବିଜେଡ଼ି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା

୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାହାଙ୍ଗା :-> ମାହାଙ୍ଗା ବିଜେଡ଼ି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଭେଡା ପଂଚୟତ ରାମକୃଷ୍ଣପୁର ଜଟାଧାରୀ ଆଶ୍ରମ ସ୍ଥିତ ଗାନ୍ଧୀ ସ୍ମୃତି ପିଠ ରୁ ଆରମ୍ଭ ହୋଇ କଇଥା ପଂଚୟତ ଗାନ୍ଧୀ ଶିକ୍ଷାଶ୍ରମ ରେ ଶେଷ ହୋଇଛି,

 

ଏହି ଅବସରରେ ଗାନ୍ଧୀ ପୀଠ କଇଥା ଶିକ୍ଷା ଶ୍ରମ ପରିସରରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପୂର୍ଣ୍ଣାଙ୍ଗ ବ୍ରୋଞ୍ଜ ପ୍ରତିମୂର୍ତ୍ତି କୁ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଦ୍ୱାରା ଉନ୍ମୋଚନ କରାଯାଇଛି, ଏହି ପଦଯାତ୍ରା ରେ ମହାଙ୍ଗାର ହଜାର ହଜାର ବିଜେଡି କର୍ମୀ ନେତା ଓ ମହିଳା ମାନେ ଯୋଗଦେଇ ବିଜେଡି ସରକାରଙ୍କ ବହୁମୁଖୀ ଜନମଙ୍ଗଳ କାର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି .

 

Exit mobile version