ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ତଥା ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ

୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଳାହାଣ୍ଡି :-> ଭବାନୀପାଟଣା ଗାନ୍ଧୀ ପାର୍କ ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ତଥା ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି।ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ ମୁଖ୍ୟ ଅତିଥି , ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତ୍ରିଲୋଚନ ପାତ୍ର , ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତ ବେହେରା ଯୋଗ ଦେଇ ଗାନ୍ଧିଛକ ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି , ଷ୍ଟାଡିୟମ୍ ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତି ଏବଂ ଗାନ୍ଧୀ ପାର୍କ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୂଜ୍ୟପୂଜା କରିଥିଲେ । ପ୍ରଭାତ ଫେରି ତଥା ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଅତିଥିମାନଙ୍କ ସଙ୍ଗରେ ବିଭିନ୍ନ ହାଇସ୍କୁଲର ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ, ସରକାରୀ ଅଧିକାରୀ,ସହରର ବିଶିଷ୍ଟ ବ୍ୟକ୍ତି, ଜନ ପ୍ରତିନିଧି ଓ ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଦ୍ଵାରା ସକାଳ ୪.୩୦ ଘ ସମୟରେ ସହରରେ ରାମଧୁନ ପରିବେଷଣ କରାଯାଇଥିଲା।

ଗାନ୍ଧୀ ପାର୍କ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ହିନ୍ଦୁ, ମୁସଲିମ ଓ ଶିଖ ଧର୍ମର ପ୍ରତିନିଧି ନିଜ ନିଜ ପବିତ୍ର ଗ୍ରନ୍ଥରୁ ସର୍ବ ଧର୍ମ ସମନ୍ୱୟ, ଭାତୃଭାବ , ଅହିଂସା ଓ ଶାନ୍ତି ଉପରେ ଉଦ୍ଧୃତ ବାଣୀ ପରିବେଷଣ କରିଥିଲେ।ହିନ୍ଦୁ ଧର୍ମର ଶ୍ରୀ ହେମନ୍ତ ମୁଣ୍ଡ,ଇସଲାମ ଧର୍ମର ସାୟେଦ୍ ହାଫିଜ୍ କାସିମ୍, ସଲିମ୍ ମହମ୍ମଦ, ଖ୍ରୀଷ୍ଟିଆନ ଧର୍ମରୁ ଅମୋଶ କୁମାର ନାୟକ, ଶିଖ ଧର୍ମର ହର୍ଜିନ୍ଦର ସିଂ ପ୍ରତିନିଧି ରୂପେ ଯୋଗ ଦେଇ ପବିତ୍ର ଗ୍ରନ୍ଥରୁ ବାଣୀ ପାଠ କରିଥିଲେ।ପ୍ରଥମେ ସରସ୍ଵତୀ ବିଦ୍ୟା ମନ୍ଦିର ବ୍ରଜବିହାରର ଛାତ୍ରୀ ମାନେ ଗାନ୍ଧୀଙ୍କ ପ୍ରିୟ ଭଜନ ରଘୂପତି ରାଘବ ପରିବେଷଣ କରିଥିଲେ । ଗାନ୍ଧୀ ଜୟନ୍ତୀ ଅବସରରେ ପୂର୍ବରୁ ହାଇସ୍କୁଲ୍ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ଉତିର୍ଣ୍ଣ ପ୍ରତିଯୋଗୀଙ୍କୁ ଅତିଥି ଗଣ ସାର୍ଟିଫିକେଟ ଓ ପୁରସ୍କାର ପ୍ରଦାନ କରିଥିଲେ।

ଛାତ୍ରୀ ମାନେ ଶେଷରେ “ବୈଷ୍ଣବ ଜନକେ “ଗାନ କରିଥିଲେ। ଅତିଥିଗଣ ନିଜ ବକ୍ତବ୍ୟରେ ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ତଥା ଜାତିର ବିକାଶ ପାଇଁ ନିଜକୁ ପ୍ରସ୍ତୁତ କରିବା ଓ ସହଭାଗୀ ହେବାକୁ ଆହ୍ବାନ କରିଥିଲେ।ଗାନ୍ଧୀ ପାର୍କରେ ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋଜ ବେହେରା ପରିଚାଳନା କରିଥିଲେ । ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ରାହାସ ବିହାରୀ ବେହେରା, ଜଗ ମୋହନ ପଟ୍ଟନାୟକ, ଭବାନୀ ଶଙ୍କର ନିଆଲ, ଶିକ୍ଷକ ରବି କାନୁନଗୋ, ଅମରେଶ ନେଗି, ସଞ୍ଜୟ ମିଶ୍ର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା,ପୌରପରିଷଦର ସଭ୍ୟ/ ସଭ୍ୟା,ଗଣ ମାଧ୍ୟମ ପ୍ରତିନିଧି ଭାଗ ନେଇଥିଲେ ।

ସନ୍ଧ୍ୟାରେ ସ୍ଥାନୀୟ କଳାହାଣ୍ଡି ବିଶ୍ଵବିଦ୍ୟାଳୟରେ ଗାନ୍ଧୀ ଦର୍ଶନ ଓ ବିଚାର ଉପରେ ଏକ ଆଲୋଚନା ଚକ୍ରର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ସଭାପତିତ୍ବ କରିଥିବା ବେଳେ,ମୂଖ୍ୟ ବକ୍ତା ରୂପେ ରାହାସ ବିହାରୀ ବେହେରା, ଆଲୋଚକ ଭାବେ ବରିଷ୍ଠ ଆଇନଜିବୀ ଜଗନ୍ନାଥ ମୁଣ୍ଡ, ବିଶ୍ଵବିଦ୍ୟାଳୟ କୁଳପତି ଡ ସଞ୍ଜୟ ଶତପଥୀ ,ପୌରପରିଷଦ ଅଧ୍ୟକ୍ଷ ଶ୍ରୀମତୀ ସଂଯୁକ୍ତା ବେହେରା, କୃଷ୍ଣା ଅବତାର ଦେଓ, ଅଧ୍ୟାପକ କୈଳାଶ ଚନ୍ଦ୍ର ଦାସ , ଜୟଦେବ ସାହୁ ଯୋଗ ଦେଇଥିଲେ। ବିରଞ୍ଚି ମୁଣ୍ଡ ସଭା ସଂଚାଳନ କରିଥିଲେ ଓ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ସ୍ଵାଗତ ଭାଷଣ ସହ ଆଲୋଚନା ଚକ୍ରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।

Exit mobile version