ସରସ୍ୱତୀ ଶିଶୁ ମନ୍ଦିର ରେ  ଗୀତା ଆବୃତ୍ତି କର୍ମଶାଳା

୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ବ୍ଲକ ସ୍ତରୀୟଗୀତ ଆବୃତ୍ତି ଶିବିର ଅନୁଷ୍ଠିତ ହୋଇଯାଇଛି ପ୍ରଜ୍ଞାନ ମିଶନ ଦ୍ୱାରପରୟୋଜିତ ଏହି କାର୍ଯ୍ୟକ୍ରମରେ ଶିଶୁ ମନ୍ଦିରର ଅଧ୍ୟକ୍ଷ ପ୍ରଭାକର ମହାପାତ୍ର ସଭାପତିତ୍ବ କରିଥିଲେ ।

କବି ଶିକ୍ଷକ ଲକ୍ଷ୍ମୀଧର ମହପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ମିହିର ଭୁଇଆଁ ରାମ ବଲ୍ଲଭ ଭାଇ ଉପସ୍ଥିତ ଥିଲେ । ମୁନା ବାବା ଓ ସନ୍ତୋଷ କୁମାର ବେହେରା କାର୍ଯ କ୍ରମ ପରିଚାଳନା କରିଥିଲେ ।ପଚାଶ ଜଣ ପ୍ରତିଯୋଗୀଙ୍କୁ ଗୀତ ବହି ଓ ପ୍ରମାଣ ପତ୍ର ପ୍ରଦାନ କରା ଯାଇ ଥିଲା ।

Exit mobile version