Home ଓଡ଼ିଶା ଜନ୍ମମାଟିରେ କବି ଗୋଦାବରୀଶ ମହାପାତ୍ର ଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ଓଡ଼ିଶା ର ଟଲ୍ ଷ୍ଟୟ ରୂପେ ପ୍ରଖ୍ୟାତ ବିଶିଷ୍ଟ ମାନଵଵାଦୀ କବି, ବ୍ୟଙ୍ଗ ସାହିତ୍ୟିକ, ଗାଳ୍ପିକ ତଥା ଉପନ୍ୟାସ କାର ସ୍ଵର୍ଗତ ଗୋଦାବରୀଶ ମହାପାତ୍ର ଙ୍କ ୧୨୫ତମ ଜୟନ୍ତୀ ବାଣପୁର ସ୍ଥିତ ନେହେରୁ ସେବା ସଂଘ ର କନକ ଭବନ ପରିସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଚିଲିକା ସାହିତ୍ୟ ସମାଜ, ବାଲୁଗାଁ -ଵାଣପୁର ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ସାରସ୍ବତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଲଵ୍ଧ ପ୍ରତିଷ୍ଠ ଓଡ଼ିଆ ନାଟ୍ୟକାର ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ର ପ୍ରାକ୍ତନ ଓଡ଼ିଆ ଭାଷା ସାହିତ୍ୟ ପ୍ରାଧ୍ୟାପକ ଡକ୍ଟର ବିଜୟ କୁମାର ଶତପଥୀ, ମୁଖ୍ୟବକ୍ତା ଭାବେ ସୁସାହିତ୍ୟିକ ଅଧ୍ୟାପକ ସୁଭାଷ ଚନ୍ଦ୍ର ମହାପାତ୍ର, ସମ୍ମାନୀୟ ବକ୍ତା ଭାବେ ଗାଳ୍ପିକ ଶିବ ମିଶ୍ର ପ୍ରମୁଖ ଯୋଗଦେଇ ଥିଲେ। ଚିଲିକା ସାହିତ୍ୟ ସମାଜ ର ସଭାପତି କବି ବାଳମୁକୁନ୍ଦ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶର ପ୍ରାରମ୍ଭରେ ସମ୍ପାଦକ ଅଧ୍ୟାପକ ଲକ୍ଷ୍ମୀ ଧର ସୁବୁଦ୍ଧି ପ୍ରାରମ୍ଭିକ ସୂଚନା ଦେଇଥିଲେ। ଅତିଥି ମାନେ ଗୋଦାବରୀଶ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବର ଉଦ୍ ଘାଟନ କରିଥିଲେ। ବାଲୁଗାଁ ମହାବିଦ୍ୟାଳୟ ର ଦର୍ଶନ ବିଭାଗ ର ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭିକ ସଙ୍ଗୀତ ଭାବେ ସ୍ବର୍ଗତ ମହାପାତ୍ର ଙ୍କ କାଳଜୟୀ ସଙ୍ଗୀତ ଉଠ କଙ୍କାଳ ଗାନ କରା ଯାଇଥିଲା । ବକ୍ତା ଓ ମାନ୍ୟଗଣ୍ୟ ଅତିଥି ଗଣ ସେମାନଙ୍କ ର ଅଭିଭାଷଣ ରେ ଗୋଦାବରୀଶ ମହାପାତ୍ର ଙ୍କ ପ୍ରଚଣ୍ଡ ପ୍ରତିଭା ର ସ୍ମୃତି ଚାରଣ କରି ସେମାନଙ୍କ ର ଦୀଖ୍ୟାନ୍ତ ଅଭିଭାଷଣ ରେ ଦର୍ଶକ ମାନଙ୍କୁ ଗୋଦାବରୀଶ ମନସ୍କ କରି ପାରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଓ ସାହିତ୍ୟିକ ପଣ୍ଡିତ ନ୍ରୃସିହ ପ୍ରସାଦ ମିଶ୍ର ପ୍ରମୁଖ ଗୋଦାବରୀଶ ମହାପାତ୍ର ଙ୍କ କ୍ରୃତୀ ଓ ମାନବଵାଦୀ ଜୀଵନାଦର୍ଶ ଉପରେ ଆଲୋକପାତ କରିଥିଲେ। ପରିଶେଷରେ ଚିଲିକା ସାହିତ୍ୟ ସମାଜ ର ସହକାରୀ ସମ୍ପାଦକ ରମେଶଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ବରିଷ୍ଠ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞଳି ଓ ଶୋକସଭା by Proprietor Abhimanyu Maharana September 29, 2026 ଫୁଲବାଣୀ କରୋନେସନ୍ ପଡ଼ିଆରେ ପୁରୀ ଉପକୂଳ ମାରାଥନ୍ ପ୍ରୋମୋ ରନ୍ ଅନୁଷ୍ଠିତ by Proprietor Abhimanyu Maharana September 28, 2026 କନ୍ଧମାଳରେ କଦଳୀ ଚାଷର ବିକାଶ ପାଇଁ ଟିଏସ୍ପିର ଅଭିନବ ପଦକ୍ଷେପ ଆଦିବାସୀ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ, କଦଳୀ ଚାଷ ଆଣିଲା ନୂଆ ସମ୍ଭାବନା by Proprietor Abhimanyu Maharana September 28, 2026 ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ by Proprietor Abhimanyu Maharana September 28, 2026 ଏମ୍ ଏମ୍ ଡି ଆର ସଂଶୋଧନ ବିରୋଧରେ ବିଜେଡିର ବିକ୍ଷୋଭ by Proprietor Abhimanyu Maharana September 28, 2026 କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana September 28, 2026