ସ୍ୱଚ୍ଛତା ହିଁ ସେବା : ବେଲପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ “ସ୍ୱଚ୍ଛ ଭାରତ” କାର୍ଯ୍ୟକ୍ରମ ଅନୁଷ୍ଠିତ

୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :-> ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ରେ ବେଲପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ତୃପ୍ତି ସ୍ଵେଚ୍ଛାସେବୀ ସଂଗଠନ ମୁଣ୍ଡୋଦହର ତରଫରୁ “ସ୍ୱଚ୍ଛତା ହିଁ ସେବା ” ଯାହା କେନ୍ଦ୍ର ସରକାର ସ୍ୱଚ୍ଛତା ପକ୍ଵଡା ନାମରେ ନାମିତ କରିଛନ୍ତି ଏହି ବଳିଷ୍ଠ ସ୍ୱଚ୍ଛତା ଅଭିଯାନକୁ ଆଜି ପ୍ରାରମ୍ଭ କରିବା ପାଇଁ ଦେଶର ପ୍ରଧାନମନ୍ତ୍ରୀଙ୍କ ଘୋଷଣା ମୁତାବକ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଯୋଗାଣ କରୁଥିବା ଚିକିତ୍ସାଳୟ ର ସଭ୍ୟ ସଭ୍ୟା ଗଣ ନିଜ ଚିକିତ୍ସାଳୟ ପରିସର ସଫେଇ କାମ କରି ଅଭିଯାନ ପାଇଁ ନିଜର ସ୍ୱଚ୍ଛତା-ଶପଥ ପାଠ କରିଥିଲେ l

ଏହା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଉଦ୍ଦେଶ୍ୟରେ ସମର୍ପିତ ଥିଲା ବୋଲି ତୃପ୍ତି ସ୍ଵେଚ୍ଛାସେବୀ ସଂଗଠନ ର ସମ୍ପାଦକ ଜଗଦୀଶ ଭୋଇ ଅଭିଯାନ ରେ ନିଜକୁ ନିୟୋଜିତ କରି ଜଣାଇଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡା.ରବିନ୍ଦ୍ର ମେହେର ଏହା ଏକ ସର୍ବମୁଖ୍ୟ ଅଭିଯାନ ଏବଂ ଏହା ସ୍ୱାସ୍ଥ୍ୟ କ୍ଷେତ୍ର ରେ ପ୍ରଥମ ସେବା ଓ ସ୍ତର ବୋଲି ଜଣାଇ ଥିଲେ l

ଉପରୋକ୍ତ ସ୍ୱାସ୍ଥ୍ୟ ସ୍ୱଚ୍ଛତା ଅଭିଯାନ ରେ ପିଏଚ୍ଇଓ ମଞ୍ଜୁଲତା ସେଠି, ଆୟୁଷ ଡାକ୍ତର ସ୍ନେହାଶ୍ରୀ ମିଶ୍ର ଫର୍ମାସିଷ୍ଟ ଅମିତାଭ ଠାକୁର ବେଲପଡ଼ା ଏଏନ୍ ଏମ୍ ସବିତା ପଣ୍ଡା, ଅନୀତା ବିଶ୍ଵାଳ, ମିନାକ୍ଷୀ ବର୍ଗେ, ବିଏମଡ ବ୍ଲୁ ସୁପର୍ ଭାଇଜର ରୀଙ୍କଲ ସାହୁ କାର୍ଯ୍ୟକ୍ରମ କୁ ସଫଳ କରିବାରେ ସାହାଯ୍ୟ କରିଥିଲେ l

Exit mobile version