ପୁଟୁପଡା ପଞ୍ଚାୟତ କାର୍ଯ୍ୟାଳୟରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି  :-> ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସମଗ୍ର ଭାରତବର୍ଷରେ ସେପ୍ଟେମ୍ବର ମାସ ୧୫ ତାରିଖରୁ ଅକ୍ଟୋବର ମାସ ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଜାରୀ ରହିଛି l ଏହି ପରିପ୍ରେକ୍ଷୀରେ ପୁଟୁପଡା ପଞ୍ଚାୟତ କର୍ମଚାରୀ ଓ ଗାଁ ଲୋକ ମଧ୍ୟ ରବିବାର ଦିନ ନିଜ କାର୍ଯ୍ୟାଳୟ ଚତୁର୍ପାଶ୍ୱ ଓ ଗାଁ ସଫାସୁତରା କରି ଏହି ଅଭିଯାନରେ ସାମିଲ ହୋଇଛନ୍ତି l

ନିର୍ବାହୀ ଅଧିକାରୀଣୀ ମିନତୀ ମିଶ୍ର ନେତୃତ୍ୱରେ ପୁଟୁପଡା ପଞ୍ଚାୟତର ଜିଆରସ୍, ଏମବିକେ, ସିଆରପି, ପ୍ରଣିମିତ୍ର, କୃଷିମିତ୍ର, ଯୋଗଣ ସହାୟକ, ଓ୍ବାର୍ଡ ମେମ୍ବଆ ଓ ସମସ୍ତ ମହିଳା ଗୁଫୁ ଉପସ୍ଥିତ ରହି ଏହି ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ l ଏହି ଅବସରରେ ନିଜ ଚତୁର୍ପାଶ୍ୱ ପରିବେଶକୁ ସ୍ୱଚ୍ଛତା ରଖି ନିଜକୁ ଓ ସମାଜକୁ ସୁରକ୍ଷିତ ରଖନ୍ତୁ ବୋଲି ନିବାହି ଅଧିକାରୀଣୀ ମିନତୀ ମିଶ୍ର ଜନସାଧାରଣଙ୍କ ନିମନ୍ତେ ବାର୍ତ୍ତା ରଖିଛନ୍ତି l

Exit mobile version