ନୂଆଗାଁ ବ୍ଲକ ସ୍ତରୀୟ ସଂଶାଧନସଭ୍ୟଙ୍କ ପ୍ରଶିକ୍ଷଣ ଶିବିର

୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ଥିବା ରାଜୀବ ଗାନ୍ଧୀ ସଭା ଗୃହ ମଧ୍ୟରେ ସୂଚନା ଲୋକ ସମ୍ପର୍କ ବିଭାଗ ଓଡିଶା ଭାଷା ସାହିତ୍ଯ ଓ ସସ୍କୃତ ବିଭାଗ ଓଡିଶା ସରକାରଙ୍କ ଆନୁକୁଲ୍ଯରେ ଓଡିଶା ପାରମ୍ପରିକ ଲୋକକଳା ମାଧ୍ୟମରେ ସୂଚନା ଶିକ୍ଷା ଓ ଯୋଗଯୋଗ ଅଭିଯାନ ବ୍ଲକ ସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର ଦ୍ଵିତୀୟ ଦିନ ଅନୁଷ୍ଠିତ ହୋଇଯାଛି । ଏହି ଶିବିରରେ ନୂଆଗାଁ ବ୍ଲକ ସଂସ୍କୃତ ସଂଘର ସଭାପତି ଗୋଲକ୍ ବିହାରୀ ଗୋଛାୟତ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ବିଡିଓ ବାସୁଦେବ ନାୟକ, ସିଡିପିଓ ଶୁଭ୍ରକେଶି ମଲିକ, ନୂଆଗାଁ ସଂସ୍କୃତ ସଂଘର ଗୁରୁ ଅବସର ପ୍ରାପ୍ତ ଶିକ୍ଷକ ମଦନ ମୋହନ ପ୍ରଧାନ, ସାମାଜିକ ସୁରକ୍ଷା ଅଧିକାରୀଣୀ ସ୍ଵର୍ଣ୍ଣ ସାଗରିକl ଜେନା, ଅତିରିକ୍ତ ଶିକ୍ଷl ଅଧିକାରୀ ଯୋସ୍ନl ସେଠୀ, ଓ ଏଲ୍ ମ ସସ୍ମିତା ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ l 

ଲୋକ କଳା ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନାକୁ ପ୍ରଚାର ପ୍ରସାର କରି ଜନସାଧାରଣଙ୍କୁ ସଚେତନ କରାଇବା ସହିତ ଓଡିଶାର ପାରମ୍ପରିକ ଲୋକ କଳାର ସଂରକ୍ଷଣ ,ବିକାଶ ତଥା ପ୍ରଚାର ପ୍ରସାର ହେବ ଓ କଳାକାର ମାନଙ୍କର ଜୀବନ ଜୀବିକାରେ ସହାୟତା ହୋଇପାରିବ । ବିଶେସ କରି ପାଲା ,ଦାସକାଠିଆ , ସଙ୍କିର୍ତନ , ଘୋଡାନାଚ ମାଧ୍ୟମରେ ପ୍ରଚାର ପ୍ରସାର କରାଜୀବ । ଉକ୍ତ କାର୍ଯ୍ୟ କ୍ରମରେ ନୂଆଗାଁ ବ୍ଲକର ୨୨ ପଂଚାୟତର କଳା ସଂସ୍କୃତି ସଂଘର ସଦସ୍ୟ ମାନେ ଯୋଗ ଦେଇ ଥିଲେ। ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ଯଥା ମମତା ଯୋଜଜନା ,ବିଜୁ ସ୍ୱାସ୍ଥ୍ୟ କଲ୍ଯାଣ ଯୋଜୋନା ,

ମଧୁବାବୁ ପେନସନ ଯୋଜୋନା ,ମିସନ ଶକ୍ତି ,ଫସଲ ବୀମା ,ଫସଲ ରୁଣସୁଧ ରିହାତି ,ଆମହସ୍ପିଟାଲ ,କ୍ରିଡା ,ବିଜୁ ପକ୍କା ଘର ,ମୋ ଘର ,୫ଟି ରୂପାନ୍ତରିକ ହାଇସ୍କୁଲ ଯୋଜଜା ଆଦି ସମ୍ପର୍କରେ ଲୋକ ମାନଙ୍କୁ ଅବଗତ ତଥା ସଚେତନ କିଭଳି କରାଯାଇପାରିବ ସୂଚନା ଦିଆଯାଇଥିଲା । ନୂଆଗାଁ ବ୍ଲକ କଳା ସଂସ୍କୃତି ସଂଘର ଗୁରୁ ମଦନ ମୋହନ ପ୍ରଧାନ ଏହି ପ୍ରଶିକ୍ଷଣର ସମସ୍ତ ନିୟମ , ଯୋଜଜା କିଭଳି ପ୍ରଚାର ପ୍ରସାର କରାଯିବ ସେ ବିଷୟରେ ସମସ୍ତ ବିବରଣୀର ସୂଚନା ଦିଆ ଯାଇଥିଲା । ପ୍ରଥମ ଦିନ ୮୩ ଜଣ ଏବଂ ଦ୍ଵିତୀୟ ଦିନ ୮୫ ଜଣ କଳାକାର ବିଭିନ୍ନ କଳା ପ୍ରଦର୍ଶନ କରିଥିଲେ।୬୦ ଜଣ ସାର୍ଟିଫିକେଟ ଗ୍ରହଣ କରିଥିବା ସାମାଜିକ ସୁରକ୍ଷା ଅଧିକାରିଣୀ ସୂଚନା ଦେଇଛନ୍ତି।

Exit mobile version