ରାୟଗଡ଼ ବ୍ଲକ୍ ରେ ନୂତନ ଵି.ପି.ଏମ୍ ଙ୍କ ଦାୟିତ୍ଵ ଗ୍ରହଣ

୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାୟଗଡ଼ :-> ରାୟଗଡ଼ ବ୍ଲକରେ ନୂତନ ଵିପିଏମ ଙ୍କ ଦାୟିତ୍ଵ ଗ୍ରହଣ କରିଥିବା ଜଣାପଡିଛି। ରାୟଗଡ଼ ବ୍ଲକ ରେ ଛେଳି କିଣାରେ ଦୁର୍ନୀତି କରିଥିବା ଅଭିଯୋଗରେ ଲତିକା ଦେବି ଙ୍କୁ କାଶୀନଗର ବ୍ଳକକୁ ବଦଳି ପରେ ଆଜି ତିରୁପତି ଚେଲି ରାୟଗଡ଼ ବ୍ଲକ ବ୍ଳକ୍ ବି.ପି.ଏମ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ଗଜପତି ଜିଲ୍ଲା ରାୟଗଡ ବ୍ଲକର ୪ ଜଣ ସାମ୍ବାଦିକଙ୍କ ନାମରେ ରାୟଗଡ ଥାନାରେ ମିଥ୍ୟା ମକଦ୍ଦମା ଉଦେଶ୍ୟମୂଳକ ଭାବେ କରାଯାଇଥିଲା ଏହି ଘଟଣାରେ ଗଜପତି ଜିଲ୍ଲାର ସାମ୍ବାଦିକମାନେ ରାୟଗଡ ଓଡିଶା ଜୀବିକା ମିଶନର ବିପିଏମ କୁ ତୁରନ୍ତ ବଦଳି ସହ ୬ ଦଫା ଦାବି ନେଇ ଏହି ମାସ ୨୪ ତରିଖ ତଥା ସୋମବାର ଠାରୁ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିଧରିଷ୍ଟ କାଳ ପାଇଁ ଧାରଣା ଆରମ୍ଭ କରିଥିଲେ. ଏହି ଧାରଣା ତିନି ଦିନ ଧରି ଚାଲୁ ରହି ଥିଲା ।

ତୃତୀୟ ଦିନରେ ସନ୍ଧ୍ୟାରେ ଗଜପତି ପ୍ରଶାସନ ସାମ୍ବାଦିକମାନଙ୍କ ଦାବି ଅନୁଯାଇ ରାୟଗଡ଼ ବ୍ଲକ ଓଡିଶା ଜୀବିକା ମିଶନର ବିପିଏମ ଲତିକା ଦେବିଙ୍କୁ ବଦଳି କରିଥିବା ନିଷ୍ପତ୍ତି ନେବା ସହ ଧାରଣା ପ୍ରତ୍ୟାହୃତ ପାଇଁ କହିଥିଲେ. ଏଥିରେ ସାମ୍ବାଦିକମାନେ ଗଜପତି ପ୍ରଶାସନ ସହିତ ଏକମତ ହୋଇ ମଙ୍ଗଳ ବାର ରାତିଠାରୁ ଧାରଣାକୁ ପ୍ରତ୍ୟାହୃତ କରିଥିଲେ । ରାୟଗଡ ବ୍ଲକ ଜୀବିକା ମିଶନ ରେ ଛେଳି କିଣା କୁ ନେଇ ହୋଇଥିବା ଦୁର୍ନୀତି କୁ ପ୍ରଶାସନ ତୁରନ୍ତ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ କି ପଦକ୍ଷେପ ଗ୍ରହଣ କରିଛି ତାହା ଦେଖି ବାକୁ ବାକି ରହିଲା ।

Exit mobile version