ଛେଳିଗଡ ଉଚ୍ଚ ବିଦ୍ୟାଳୟ ରୁ ବିଦାୟ ନେଲେ ପ୍ରଧାନ ଶିକ୍ଷକ

୩୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ସରକାରୀ ଉଚ୍ଚ ବିଦ୍ୟାଳୟ ଛେଳିଗଡ ର ପ୍ରଧାନ ଶିକ୍ଷକ, ଗଜପତି ଜିଲ୍ଲା ରା ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଳିଗଡ ଉଚ୍ଚ ବିଦ୍ୟାଳୟ ରେ ପ୍ରାୟ ତିନି ବର୍ଷ ରୁ ଉର୍ଦ୍ଧ ସମୟ ଧରିପ୍ରଧାନ ଶିକ୍ଷକ ଭାବେପରିଚାଳନା କରି ଆସୁଥିଲେ । ଏହା ପୂର୍ବରୁ ସେ ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରରେ ପ୍ରାଥମିକ ଶିକ୍ଷା ସହ ବିଭିନ୍ନ ଶିକ୍ଷା ସୋପନ ଅତିକ୍ରମ ପରେ 3/10/1989 ରେ ଶ୍ରୀ କlଣ୍ଡେଲl. ଭେଙ୍କଟ ରମଣ ସହକାରୀ ପ୍ରଧାନ ଶିକ୍ଷକ ରୂପେ କର୍ମ ମୟ ଜୀବନ ଆରମ୍ଭ କରିଥିଲେ l. ଗତ ତା 13/9/2020 ରେ ସରକାରୀ ଉଚ୍ଚ ବିଦ୍ୟାଳୟ ଛେଳିଗଡ ରେ ଆସି ଯୋଗଦାନ କରିଥିଲେ ।

ପ୍ରଧାନ ଶିକ୍ଷକ ଶ୍ରୀ ଭେ ଙ୍କଟରମଣ ଙ୍କ ଅସୀମ ଧର୍ଯ୍ୟ , ଆଦର୍ଶ, ଜ୍ଞାନ ର ବିତରଣ, ନୂତନ ଶୈଳୀ ରେ ଛତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଦେବା ସହ ସରକାରୀ ଉଚ୍ଚ ବିଦ୍ୟାଳୟ ଛେଳିଗଡ ର ପିଲାମାନଙ୍କୁ, ବାପା ଯେମିତି ନିଜ ପିଲାଙ୍କ ଦାୟତ୍ୱ ନେଇ ଥାନ୍ତି। ଠିକ ସେହିପରି ପିଲାମାନଙ୍କ ର ଯତ୍ନ ନେଇ ଆସୁଥିଲେ ଶ୍ରୀ କlଣ୍ଡେଲl ଭେଙ୍କଟ ରମଣ,ଛାତ୍ର ଛାତ୍ରୀ ନ କହି ପୁଅ ଝିଅ ବୋଲି ଡାକୁଥିଲେ । ସ୍କୁଲ ପରିସର ମଧ୍ୟ୍ୟ ରେ ଥିବା ଶିକ୍ଷକ, ଶିକ୍ଷୟତ୍ରୀ ଙ୍କୁ ପିତା ଙ୍କ ଆଦର୍ଶ ଦେଖାଇ ଥିଲେ ଶ୍ରୀ ଭେଙ୍କଟ ରମଣ, ତାଙ୍କର କର୍ମମୟ ଜୀବନ ମଧ୍ୟ୍ୟ ରେ 5T ସ୍କୁଲ ର ରୂପାନ୍ତରିତ, ସ୍କୁଲ ର ପରିସର କୁ ସଜାଇବା ତାଙ୍କ ର ଦୀର୍ଘ 34 ବର୍ଷ ଧରି କର୍ମ ମୟ ଜୀବନ ର ଅନ୍ତିମ ଅବସର ମଧ୍ୟ୍ୟ ରେ ସେ କାର୍ଯ୍ୟକ୍ରମ କରି ନିଜକୁ ଧନ୍ୟ ମନେ କରିଥିଲେ l

ଛେଳିଗଡ ର ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଏବଂ ପିଲାମାନେ ମିଶି ଅବସର ପ୍ରାପ୍ତ ଶ୍ରୀ ଭେଙ୍କଟ ରମଣ ଙ୍କୁଫୁଲ ଗୁଚ୍ଛା, ଉପଢ଼ୁଙ୍କନ ଦେଇ,ପାଦରେ ପାଦୁକା, ହାତରେ ଘଡି ଆଙ୍ଗୁଠି ରେ ସୁନା ମୁଦି , ଚଷମା ସହ ତାଙ୍କୁ ଏବଂ ତାଙ୍କ ଧର୍ମ ପତ୍ନୀ ଙ୍କୁ ବସ୍ତ୍ର ପ୍ରଦାନ କରିଥିଲେ ।ତାଙ୍କୁ ଏବଂ ତାଙ୍କ ପରିବାର ଙ୍କୁ ଛେଳିଗଡ ରେ ସହର ପରିକ୍ରମା କରିଥିଲେ । କିନ୍ତୁ ଶିକ୍ଷକ ଏବଂ ଛାତ୍ର ଛାତ୍ରୀ ଙ୍କ ସହ ଅଂଚଳ ବାସି ଙ୍କ ଆଖିରେ ଲୁହ ଛୁଟିବା ରେ ଲାଗିରହିଛି । ବିଦାୟ ସଭାରେ ରା ଉଦୟଗିରି ବ୍ଲକ ର ବିଭିନ୍ନ ସ୍କୁଲ ର ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ ।

Exit mobile version