ସଛତା ହିଁ ସେବା କାର୍ଯ୍ୟକ୍ରମ

୩୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି  :-> ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକର ଆର,ଉଦୟଗିରି ପଞ୍ଚାୟତ ସଦର ମହକୁମାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଭାକର ପାତ୍ରଙ୍କ ସଭାପତିତ୍ବରେ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା । ସେପ୍ଟେମ୍ବର ୧୫ ଠାରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସ୍ବଛ ଭାରତ ମିଶନରେ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଯାୟୀ ଆଜିର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗ୍ରାମର ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ସହର ପରିକ୍ରମା କରି ଲୋକେ ସଚେତନତା କରିବା ସହ ଥାନା,

ତହସିଲି ଓ ବ୍ଳକ କାର୍ଯ୍ୟାଳୟରେ ଏବଂ ହାଇସ୍କୁଲ ରୁ ପଞ୍ଚାୟତ କାଯ୍ୟାଳୟ ମୁଖ୍ୟ ବଜାର ସଫେଇ କରିଥିଲେ । ନିର୍ବାହୀ ଅଧିକାରୀ ଗ୍ରାମର ଦୋକାନୀମାନଙ୍କୁ ଡ୍ରେନ ଭିତରେ ଅଳିଆକୁ ନପକାଇ ଦୋକାନ ଆଗରେ ଏକ ଡଷ୍ଟପିନ୍ ରଖି ଦୋକାନ ଅଳିଆ ପକାଇବା କହିଥିଲେ ଯଦି ଦୋକାନ ମାଳିକମାନେ ଡ୍ରେନ ଭିତରେ ଅଳିଆ ପକାନ୍ତି ତାହାହେଲେ ପଞ୍ଚାୟତ ଦୋକାନ ମାଳିକଙ୍କ ଉପରେ ପେନିଟି ପକାଯିବ ବୋଲି ଦୋକାନ ମାଳିକମାନଙ୍କୁ ତାଗିଦ୍ କରିଥିଲେ ।

ଗ୍ରାମର ଅଳିଆ ଆବର୍ଜନା ସଫା କରାଯିବା ସହ ପରିବେଶକୁ ସ୍ବଛ ରଖିବା ପାଇଁ ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିପିଇଓ ଶସାଂଙ୍କ ସେଖର ସୁବୁଦ୍ଧି, ପୁଲିସ କର୍ମଚାରୀ, ଶିକ୍ଷକ, ଛାତ୍ରଛାତ୍ରୀ, ବିପିଏମ୍,ପେଶା ବ୍ଳକ ସଂଯୋଜକ, ସିଆରପି, ଏମବିକେ, ପ୍ରାଣିମିତ୍ର,କୃଷିମିତ୍ର ଓ ଗୁଫୁ ମହିଳାମାନେ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଯୁବକ ଓ୍ବାର୍ଡସଭ୍ୟ ଦିପକ ପାଣି ।

Exit mobile version