ଏମ କେ ସି ଜି ସ୍ବତନ୍ତ ବିଦ୍ୟାଳୟ ବିଶ୍ବ ବଧିର ସପ୍ତାହ ଉଦ୍ଯାପିତ ହୋଇଯାଇଛି

୩୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି   :-> ମୋହନା ସ୍ଥିତ ମହାରାଜା ଶନିବାର କୃଷ୍ଣଚନ୍ଦ୍ର, ଗଜପତି ଦୃଷ୍ଟିହିନ,ବଧିର,ମାନସିକ,ଅନଗ୍ରସର ଓ ମସ୍ତିସ୍କ ପକ୍ଷଘାତ ବବିଦ୍ୟାଳୟରେ ଶନିବାର ଦିବା ୧୧ ଘଟିକା ସମୟରେ ବିଶ୍ବ ବଧିର ସପ୍ତାହର ଉଦ୍ଯାପିତ ଦିବସ ପାଳିତ ହୋଇଯାଇଛି । ଏହି ବିଶ୍ବ ବଧିର ସପାହ ଗତ ୨୩- ୯- ୦୨୩ ରେ ଆରମ୍ଭ ହୋଇ ୩୦ ୯ ୨୩ରେ ଶେଷ ହୋଇଥିଲା । ଉକ୍ତ ଦିବସରେ ବିଦ୍ୟାଳୟର ସଂପାଦକ ଦଣ୍ଡାସି ସାହୁ ସଭାପତିତ୍ବ କରିଥିଲେ ।

ମୋହନା ଗୋଷ୍ଠୀ ଶିକ୍ଷା ଅଧିକାରୀ (B E O) ମୁଖ୍ୟ ଅତିଥୀ ଭାବେ ନରେନ୍ଦ୍ର କୁମାର ବେହେରା ଯୋଗଦେଇ କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କୁ ଉବଧନ ଦେବ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ମଧୁସୁଦନ ପାଢୀ ଯୋଗଦେଇଥିଲେ । ଉକ୍ତ ପ୍ରବିତ୍ର ଉତ୍ସବରେ ସମ୍ମାନିତ ଅତିଥି ଭାବେରେ ବିଶ୍ବ ରଞ୍ଜିନ ପ୍ରଧାନ, ପ୍ରମୋଦ କୁମାର ଭୂୟାଁ, ମଧୁସୁଦନ ପ୍ରମୁଖ ଯୋଗଦେଇଥିଲେ । ଉକ୍ତ ସଭାକୁ ବିଦ୍ୟାଳୟର ଅଧ୍ୟକ୍ଷ ଦାମୋଦର ଦାସ ପରିଚାଳନା କରିବା ସହିତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

ଅତିଥି ମାନଙ୍କ ଆଗରେ ଦିବ୍ୟାଙ୍ଗ ପିଲାମାନେ ବିଭିନ୍ନ ନାଚ ଗୀତ କରି ସଭାସ୍ଥଳକୁ ସରମ ସୁନ୍ଦର କରିଥିଲେ । ମୁଖ୍ୟବକ୍ତା ଶ୍ରୀ ପାଢୀ” ନୁହଁ ବିକଳାଙ୍ଗ କୁହ ଦିବ୍ୟାଙ୍ଗ ସବୁରି କ୍ଷେତ୍ରରେ ଆମେ ହୋଇବୁ ଆଗ ”ସ୍ଲୋଗାନ କୁ ଖୁବ୍ ସୁନ୍ଦର ଭାବେରେ ଆଲୋଚନା କରିଥିଲେ । ପରିଶେଷରେ ମଧୁସୁଦନ ନାୟକ ଅତିଥି ମାନଙ୍କୁ ଧନ୍ୟବାଦ ଦେବା ସହିତ ସଭପତି ସଭା ସାଙ୍ଗ କରି ଜଳପାନ କରବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

Exit mobile version