କ୍ଲଷ୍ଟର ସ୍ତରୀୟ ସୁରଭି ଓ ମିଲେଟସ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

୩୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ୧୩ ଟି କ୍ଲଷ୍ଟର ରେ କ୍ଲଷ୍ଟର ସ୍ତରୀୟ ସୁରଭି ଓ ମିଲେଟସ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସି ଆର୍ ସି ସି ନରେନ୍ଦ୍ର କୁମାର ବେହେରା ଙ୍କ ସଂଯୋଜନାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସଂପଡା ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସ୍ୱାଗତିକା ପ୍ରିୟଦର୍ଶିନୀ,ମୁଖ୍ୟ ବକ୍ତା ଭାବେ ସୋହମ୍ ଏନ୍ ଜି ଓ ସମ୍ପାଦକ କାମାକ୍ଷା ପ୍ରସାଦ ଦାସ,

ଏ ବି ଇ ଓ ଉମେଶ ଚନ୍ଦ୍ର କର,ଶିକ୍ଷକ ହୃଷୀକେଶ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ତର୍କ,ଗୀତ,ନୃତ୍ୟ,ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ସି ଆର ସି ସି ଶ୍ରୀନିବାସ ରଥ ଙ୍କ ସଂଯୋଜନା ରେ ଭରତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,କୋରଡ଼ା ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏ ବି ଇ ଓ କବିତା କୁମାରୀ ଦାଶ,

ସମ୍ମାନୀତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ଦୀନବନ୍ଧୁ ମହାପାତ୍ର,କିଶୋର ଚନ୍ଦ୍ର ଜେନା,ପ୍ରମୁଖ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ କୁ ଶିକ୍ଷୟତ୍ରୀ କବିତା ମଞ୍ଜରୀ ବାହିନୀ ପତି ଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ସହଯୋଗ କରିଥିଲେ।ସେହିପରି ସି ଆର ସି ସି ରାକେଶ କୁମାର ଘଡେ଼ଇ ଙ୍କ ସଂଯୋଜନାରେ ଦୁରୁଦୁରା କ୍ଲଷ୍ଟରରେ ,

କୈଳାସ ଚନ୍ଦ୍ର ନାୟକ ଙ୍କ ସଂଯୋଜନାରେ ନୂଆଗାଁ କ୍ଲଷ୍ଟରରେ,ବିଜୟ କୁମାର ବେହେରା ଙ୍କ ସଂଯୋଜନାରେ ମହିପୁର କ୍ଲଷ୍ଟରରେ ,ନିମେଇ ଚରଣ ସାହୁ ଙ୍କ ସଂଯୋଜନାରେ ସିମିଳି ସାହି କ୍ଲଷ୍ଟରରେ ସୁରଭି ଓ ମିଲେଟସ- ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Exit mobile version