ଦେଢ଼ କ୍ୟୂଣ୍ଟାଲ ଗଞ୍ଜେଇ ଜବତ ୨ ଗିରଫ : ମାଷ୍ଟର ମାଇଣ୍ଡ ଫେରାର

୩୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :-> ପାଟଣାଗଡ଼ ଓ ଖପ୍ରାଖୋଲ ଅବକାରୀ ବିଭାଗ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତ ରେ ମିଲିତ ଭାବରେ ଚଢାଉ କରି ନେହେନାବନ୍ଧ ଗାଁରୁ ଦେଢ କ୍ୟୂଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୨ ଜଣ ଗଞ୍ଜେଇ ବ୍ୟବସାୟୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗଞ୍ଜେଇ ବ୍ୟବସାୟୀ ଦ୍ଵୟ ହେଲେ ଉକ୍ତ ଗାଁ ର ରାଜୁ ମାଝୀ ଓ ଚୁଡାମଣି ସାହୁ ଉଭୟ ଙ୍କ ଜାମିନ କୋର୍ଟ ରେ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତ କୁ ପଠାଇଦିଆଯାଇଥିବା ଅବକାରୀ ଉପ ନିରୀକ୍ଷକ ସରୋଜ କୁମାର ପରିଡ଼ା ଙ୍କ ଠାରୁ ଜଣାପଡିଛି । ତେବେ ଏହି ଗଞ୍ଜେଇ ଚୋରାଚାଲାଣ ର ମାଷ୍ଟର ମାଇଣ୍ଡ ଙ୍କୁ ଅବକାରୀ ବିଭାଗ ଗିରଫ କରିବାରେ ବିଫଳ ହୋଇଛି ।

ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ନେହେନାବନ୍ଧ ଗାଁ ଗଞ୍ଜେଇ ଚୋରାଚାଲାଣ ର ପେଣ୍ଠସ୍ଥଳୀ ହୋଇଥିବା ବେଳେ କିଛି ଯୁବକ ସଂପ୍ରଦାୟ ଲୋକେ ଏହି ଗଞ୍ଜାଇ ଚୋରାଚାଲାଣ ରେ ସଂପୃକ୍ତ ଥିବା ଅଭିଯୋଗ ହୋଉଛି ।ଗତ କାଲି ସନ୍ଧ୍ୟା ସମୟ ରେ ବୌଦ୍ଧ ଫୁଲବାଣୀ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରୁ ଏକ ନିର୍ଦ୍ଦିଷ୍ଟ ପିଅକପ ଯୋଗ ୫ କ୍ୟୂଣ୍ଟାଲ ରୁ ଉର୍ଦ୍ଧ ଗଞ୍ଜେଇ ନେହେନାବନ୍ଧ ଗାଁ କୁ ଆସିଥିଲା । ଏହି ଗଞ୍ଜେଇ ଚୋରାଚାଲାଣ ର ମାଷ୍ଟର ମାଇଣ୍ଡ ଆଜି ସକାଳୁ ଏହିସବୁ ଗଞ୍ଜେଇ କୁ ରାୟପୁର ଓ ଝାରସୁଗୁଡ଼ା ଅଞ୍ଚଳ କୁ ବିକ୍ରି ପାଇଁ ପଠାଇବାର ଯୋଜନା କରିଥିଲା । ପାଟଣାଗଡ ଉପ ଅବକାରୀ ବିଭାଗ ଦାୟୀତ୍ବ ଥିବା ବଲାଙ୍ଗିର ସଦର ଉପ ନୀରିକ୍ଷକ ସରୋଜ କୁମାର ପରିଡ଼ା ଖବର ପାଇ ପାଟଣାଗଡ଼ ଖପ୍ରାଖୋଲ ରାସ୍ତା ରେ ତାଙ୍କ ଟିମ ସହ ପେଟ୍ରୋଲିଂ କରୁଥିଲେ । ।ଏହି ଖବର ଟି ଗଞ୍ଜେଇ ଚୋରାଚାଲାଣ ର ମାଷ୍ଟର ମାଇଣ୍ଡ ପାଖରେ ପହଞ୍ଚି ଯାଇଥିଲା ।

ମାଷ୍ଟର ମାଇଣ୍ଡ ଜଣକ ଉକ୍ତ ସବୁ ଗଞ୍ଜେଇ କୁ ବିଭିନ୍ନ ଜାଗାରେ ଲୁଚାଇବାର ସୁବ୍ୟବସ୍ଥା କରିଥିଲା । ପରେ ଅବକାରୀ ଉପ ନିରୀକ୍ଷକ ଶ୍ରୀ ପରିଡ଼ା ମାଜିଷ୍ଟ୍ରେଟ ଦାୟୀତ୍ବ ରେ ଥିବା ପାଟଣାଗଡ଼ ତହସିଲଦାର ଲକ୍ଷ୍ଖଣ ମାଝୀ ଓ ଖପ୍ରାଖୋଲ ଅବକାରୀ ବିଭାଗ କୁ ନେଇ ନେହେନାବନ୍ଧ ଗାଁ ରେ ପହଞ୍ଚିଥିଲେ ।କେହିକିଛି ଜାଣିବା ଆଗରୁ ଗାଁ ରେ ଥିବା ରାଜୁ ଓ ଚୁଡାମଣି ଙ୍କ ଘରେ ଅତର୍କିତ ଭାବେ ଚଢ଼ାଉ କରି ରାଜୁ ଙ୍କ ଘରୁ ୧ କ୍ୟୁଣ୍ଟାଲ ୨୦ କେଜି ଓ ଚୁଡାମଣି ଙ୍କ ଘରୁ ୩୦ କେଜି ଗଞ୍ଜେଇ ଜବତ କରିଥିଲା ।ଏହା ଦେଖି ଏହି ଗଞ୍ଜେଇ ଚୋରାଚାଲାଣ ର ମାଷ୍ଟର ମାଇଣ୍ଡ ଭୟରେ ଏକ ବାଇକ ଯୋଗେ ଜଙ୍ଗଲ ପଟ କୁ ଫେରାର ମାରିଥିଲା ।ତେବେ ଏବେ ବି ଉକ୍ତ ଗାଁ ରେ ବାକି ସବୁ ଗଞ୍ଜେଇ ଗୁଡାକ ମହଜୁଦ ଥିବା ଅଭିଯୋଗ ହେଉଛି । ଏଥିପ୍ରତି ଜିଲ୍ଲା ଅବକାରୀ ନୀରିକ୍ଷକ ଦୃଷ୍ଟି ଦେବା ଗ୍ରାମବାସୀ ଦାବି କରିଛନ୍ତି ।

Exit mobile version