ବିଶ୍ବ ଉପଚାର ଦିବସ ପାଳିତ

୩୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା  :->  ଚିଲିକା ବ୍ଲକ୍ ଅନ୍ତର୍ଗତ ଶ୍ରୀ ଲୋକନାଥ ଦେବ ମାନସିଂହ ବିଦ୍ୟାପୀଠ,ଵିରିବାଡି ଠାରେ ଵିଶ୍ଵ ଉପଚାର ଦିବସ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ଆୟୋଜିତ ସାଧାରଣ ସଭା ରେ ମୁଖ୍ୟ ଅତିଥି ଭାବେ ସେଣ୍ଟ ଜନ୍ ଆମ୍ବୁଲାନ୍ସ ର ଆଜୀବନ ସଭ୍ୟ ତଥା ପ୍ରଶିକ୍ଷକ ଅନନ୍ତ ଚରଣ ଖଟେଇ, ସାମ୍ବାଦିକ ଅଶୋକ କୁମାର ଜେନା ଓ ସଂଗ୍ରାମ କେଶରୀ ରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍ ବୋଧନ ଦେଇଥିଲେ ।

ପ୍ରଧାନ ଶିକ୍ଷକ କୁନା ମହତ୍ତ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ଛାତ୍ରୀ ମାନଙ୍କୁ ମାଗଣା ପୋଷାକ ଅତିଥି ମାନଙ୍କ ଦ୍ଵାରା ବିତରଣ କରା ଯାଇଥିଲା । ଏହାପରେ ପ୍ରଶିକ୍ଷକ ଅନନ୍ତ ଚରଣ ଖଟେଇ ଙ୍କ ଦ୍ଵାରା ପ୍ରାଥମିକ ଚିକିତ୍ସା ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ କୈ।ଶଳ ପ୍ରଦର୍ଶନ ସହ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

Exit mobile version