‘ ସ୍ବଛାତା ହିଁ ସେବା ‘ କାର୍ଯ୍ୟକ୍ରମ

୩୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ନୁଆଗଡ ପଞ୍ଚାୟତ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଥିଲା । ବିଶ୍ବ ପର୍ଯ୍ୟଟନ ଦିବସ ଅବସରରେ ନୁଆଗଡ ପଞ୍ଚାୟତ ଥିବା ଏକ ମାତ୍ର ପର୍ଯ୍ୟଟନ ସ୍ଥଳୀ କିଞ୍ଚରଲଙ୍ଗରେ ସ୍ଥାନୀୟ ବିଡିଓ ଲୋକନାଥ ଶବରଙ୍କ ନେତୃତ୍ବରେ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ସେପ୍ଟେମ୍ବର ଠାରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସ୍ବଛ ଭାରତ ମିଶନରେ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ ଆନୁଯାୟୀ ଗୁରୁବାର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କିଞ୍ଚରଲଙ୍ଗ ଜଳପ୍ରପାତର ଅଳିଆ ଆବର୍ଜନା ସଫା କରାଯିବା ସହ ପରିବେଶକୁ ସ୍ବଛ ରଖବା ପାଇଁ ଶପଥ ପାଠ କରାଯାଇଥିଲା । କାର୍ଯ୍ୟକ୍ରମରେ ସହକାରୀ ନିର୍ବାହୀ ଯନ୍ତୀ ପ୍ରଦ୍ୟୁମ୍ନ କୁମାର ଦାସ,

ଜିପିଇଓ ନୃସିଂହ ଚରଣ ମିଶ୍ର, ଏପିଓ ଦିଲୀପ କୁମାର ଦାସ, ବିପିଏମ୍ ସତ୍ୟବାଦୀ ପାଇକ,ପେଶା ବ୍ଳକ ସଂଯୋଜକ ଦାନକ୍ରିତ ଛିଞ୍ଚାଣି, ପଞ୍ଚାୟତ ନିର୍ବାହୀ ଅଧିକାରୀ ଟି, ଗୋପାଳ ରାଓ, ସିଆରପି, ଏମବିକେ ,ପାଣିମିତ୍ର, କୃଷିମିତ୍ର ଯୋଗଦେଇଥିଲେ । ସ୍ବଛ ଭାରତ ମିଶନ ବ୍ଳକ ସଂଯୋଜକ ସୁବ୍ରତା କୁମାର ପାଣି ପରିଚାଳନା କରିଥିଲେ ।

Exit mobile version