ଗଣିଆ ପୋଲିସ କୁ ଆଉ ଏକ ବଡ଼ ସଫଳତା

୩୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଗଣିଆ :-> ଖୁଲମ୍ ଖୁଲା ଚାଲିଥିଲା ଦେଶୀ ମହୁଲି କାରବାର, ଧରି ପକାଇଲା ପୋଲିସ, କଣ୍ଟିଲୋ ରୁ ଗଣିଆ ଆଡ଼କୁ ଆସୁଥିବା ଏକ ସ୍କର୍ପିଓ (OD 02 9342) ଗାଡ଼ିକୁ ବିଶେଷ ସୂତ୍ର ରୁ ଖବର ପାଇ ଗଣିଆ ଥାନା ଅଧିକାରୀ ବିନୟ ରଞ୍ଜନ ପରିଡ଼ା ପାଣ୍ଡରାସିଂହା ଛକ ନିକଟରୁ ସ୍କର୍ପିଓ ଗାଡ଼ି ଶହ 20 ଗୋଟି ରବର ବ୍ଲାଡର ରୁ400ଲିଟର ଦେଶୀ ମଦ ଜବତ କରିଥିଲେ,

ଦେଶୀ ମଦ କାରବାର ରେ ଖଣ୍ଡପଡା ର ଗଣେଶ୍ୱର ସାହୁ, ସୁକାନ୍ତ ସାହୁ ଓ ଆଠଗଡ଼ ର ଅନିଲ ସାହୁ ଲିପ୍ତ ଥିବା ଜଣା ପଡିଥିଲା ସେମାନଙ୍କୁ ସେକ୍ସନ 272,273,34IPC, 52 odisha ଏକ୍ସସାଇଜ ଧାରା ରେ ରେଫର୍ କରା ଯାଉଛି । ଏହାର ଆନୁମାନିକ ମୂଲ୍ୟ 40000 ହଜାର ଟଙ୍କା ହେବ ବୋଲି କୁହାଯାଉଛି ।

Exit mobile version