କଟକ ନୟାସଡ଼କରେ ଖୋଲିଲା ମାରୁଆଡି ଖାଦ୍ୟ ମୁବାଇ ଡେଲିକେସେସ୍

୨୯ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକର ନୟାସଡ଼କ ଇଣ୍ଡିଆନ ବ୍ୟାଙ୍କର ଅପୋଜିଟରେ ଗୁରୁବାର ସନ୍ଧ୍ୟାରେ ଖୋଲିଛି, ଏକ ନୂତନ ହାଇଜେନିକ୍ ରେଷ୍ଟୁରାଣ୍ଟ ମୁବାଇ ଡେଲିକେସେସ୍ ।ଏହି ରେଷ୍ଟୁରାଣ୍ଟରେ ଲୋକଙ୍କୁ ସୁହାଇଲା ଭଳି ଭେଜ ଖାଦ୍ୟ ମିଳିପାରିବ । ମୁଵାଇରେ ଯେଭଳି ସୁସ୍ୱାଦୁ ଖାଦ୍ୟ ମିଳୁଛି ଏଠାରେ ସେହିଭଳି ଖାଦ୍ୟ ପ୍ରତିଦିନ ମିଳିପାରିବ । ଯାହାକି ସାଧାରଣ ଲୋକଙ୍କୁ ସୁହାଇଲା ଭଳି ମୂଲ୍ୟ ଧାର୍ଯ୍ୟ କରାଯାଇଛି ।

ସକାଳେ ଏବଂ ସନ୍ଧ୍ୟାରେ ଏଠାରେ ପିଲାଙ୍କ ଠାରୁ ବୟସ୍କ ଲୋକମାନେ ବସି ନିଜର ମନପସନ୍ଦର ଜଳଖିଆ ଏବଂ ସୁସ୍ୱାଦୁ ଖାଦ୍ୟ ଖାଇବାର ସୁଯୋଗ ପାଇପାରିବେ । ସ୍ୱତନ୍ତ୍ର ଭାବେ ୱଇ ଡୁକଲା, ଗୁଜୁରାଟି ଡୁକଲା, ପାଓଭାଜି, ସେମ ପାପୁଡି, ଆଦି ଅନେକ ପ୍ରକାର ହାଇଜେନିକ୍ ଖାଦ୍ୟ ମିଳିପାରିବ । ଯାହଫଳରେ ସ୍ୱାସ୍ଥ୍ୟ ପ୍ରତି ଭଲ ରହିବ ବୋଲି ସଂସ୍ଥାର ମୁଖ୍ୟ ପରିଚାଳକ ବିପି ସେ କହିଛନ୍ତି ।

 

Exit mobile version