ବିଶ୍ଵ ପର୍ଯ୍ୟଟନ ଦିବସ ପ୍ରାଚୀ ପ୍ରଜ୍ଞା ପରିଷଦ ଦ୍ଵାରା ପାଳିତ ଏବଂ ପ୍ରାଚୀପୁର୍ନ ଉଦ୍ଧାର ପାଇଁ ଦାବି  

୨୭ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :->  ବିଶ୍ଵ ପର୍ଯ୍ୟଟନ ଦିବସ ଅବସରରେ କଟକ ଜିଲ୍ଲା କୁରାଙ୍ଗ ଶାସନ ସ୍ଥିତ ପ୍ରାଚୀ ପ୍ରଜ୍ଞା ପରିଷଦ ଦ୍ଵାରା ପ୍ରାଚୀ ନଦୀ ର କୂଳେ କୂଳେ ଥିବା ମଠ ମନ୍ଦିର ର ଐତିହ୍ୟ ପରମ୍ପରା କୀର୍ତ୍ତି ରାଜି କୁ ବଞ୍ଚାଇବା ସହ ସରକାର ତୁରନ୍ତ ପ୍ରାଚୀ ନଦୀ କୁ ପୁର୍ନ ଉଦ୍ଧାର କରିବା ଏବଂ ସୁରକ୍ଷା ଦେବା , ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ଦାବି ପରିପେଖିରେ ପ୍ରାଚୀ ପ୍ରଜ୍ଞା ର କର୍ମ କର୍ତ୍ତା ମାନେ ହାତରେ ଫ୍ଲାୟେ କାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ବାଇକ୍ ଯୋଗେ କୁରଙ୍ଗା ଶାସନ ସ୍ଥିତ ଜଗନ୍ନାଥ ମନ୍ଦିରରୁ ବାହାରି ଅଖଣ୍ଡଳେଶ୍ୱର ,

ଅନ୍ଧ କପିଳେଶ୍ୱର, ସୋବନେଶ୍ୱର ନିଆଳି ର କୁତାମଚଣ୍ଡୀ ମନ୍ଦିରରେ ପରିକ୍ରମା କରି ପହଞ୍ଚି ଥିଲେ । ପ୍ରାଚୀ ଗବେଷକ ହସଂନାଥ ସାହୁ ଙ୍କ ସଭା ପତିତ୍ଵ ରେ ଆୟୋଜିତ ବୈଠକ ରେ ପ୍ରାଚୀ ପ୍ରଜ୍ଞା ର ଅଧକ୍ଷ ଅଶ୍ୱନି କୁମାର ମହାପାତ୍ର , ଡାକ୍ତର ଚିତ୍ତରଞ୍ଜନ ମିଶ୍ର , ଡକ୍ଟର ନିଷିଶ ଚନ୍ଦ୍ର ଶତପଥୀ , ଉମାକାନ୍ତ କର , ଅନୁପ ସାଶମଲ୍ , କୈଳାସ ପାତ୍ର ,ଦିଲୀପ ବେହେରା , ରମେଶ ଚନ୍ଦ୍ର ପ୍ରଧାନ, ସୁବୋଧ ପ୍ରଧାନ , କୈଳାସ ସାହୁ , ଅବଦୁଲ ବାରି , ସୁରେନ୍ଦ୍ର ଛୋଟରାୟ, ସୁରେନ୍ଦ୍ର ମହାପାତ୍ର , କବି ନାରାୟଣ ଜେନା ପ୍ରମୁଖଙ୍କ ସମେତ ବହୁ ବିଦ୍ୟାନ ବ୍ୟକ୍ତି , ବୁଦ୍ଧିଯିବି , ସମାଜସେବୀ , ଅନୁଷ୍ଠାନ ର କର୍ମ କର୍ତ୍ତା ମାନେ ଯୋଗ ଦେଇ ପ୍ରାଚୀ କୁ ପର୍ଯ୍ୟଟନ ର ମାନ୍ୟତା ଦେବା ଲାଗି ସରକାରଙ୍କ ଠାରେ ଦାବି କରାଯାଇଥିଲା ।

 

Exit mobile version