ମନାଇପାଦ ଆଦିବାସୀ ହାଇସ୍କୁଲ ପଡିଆ ଠାରେ ବ୍ଳକସ୍ତରିୟ ଫୁଟ ବଲ ପ୍ରତିଯୋଗୀତା ଅନୁଷ୍ଠିତ

୨୮ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :-> ପାଟଣାଗଡ଼ ବ୍ଳକ ମୁଣ୍ଡୋମହୁଲ ପଞ୍ଚାୟତ ଅନ୍ତର୍ଗତ ମନାଇପାଦ ହାଇସ୍କୁଲ ପଡିଆ ଠାରେ ବ୍ଳକସ୍ତରିୟ ଫୁଟ ବଲ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଛି। ଏଥିରେ ମନାଇପାଦ ଆଦିବାସୀ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗରୁଡ କୁମାର ସାମଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝୀ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ମିଶ୍ର ଯୋଗଦେଇଥିଲେ ।

ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ ଶଙ୍କର ମେହେର ଜିଲ୍ଲା ଓଷ୍ଠା ସଂଘ ର ସମ୍ପାଦକ କୁଶଧ୍ୱଜ ସାହୁ, ସଞ୍ଜିବ ହୋତା, ଉପସ୍ଥିତ ଥିଲେ। ଏହି ଫୁଟବଲ ପ୍ରତିଯୋଗିତା ରେ ପାଟଣାଗଡ଼ ବ୍ଲକ ର କୋଡ଼ିଏଟି (୨୦) ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଖେଳ ରେ ଭାଗ ନେଇଥିଲେ। ଏହି ଖେଳ ରେ କୋଜ ମାନେ ପ୍ରତିଯୋଗିତା ମାନଙ୍କୁ ବାଛି ଫୁଟବଲ ପ୍ରତିଯୋଗିତା ଯିଏ ଭଳ ଖେଳିବ ସେ ଜିଲ୍ଲା ସ୍ତରୀୟ ଖେଳି ରାଜ୍ୟ ସ୍ତରରେ ଖେଳିବାର ସୁଯୋଗ ପାଇବେ ।

ଶ୍ରୀ ମାଝୀ କହିଛନ୍ତି ପାଠ ବ୍ୟତିତ ସାଠ ରେ ମଧ୍ୟ ନାମ ରୋଷନ କରିପାରିବ ଖେଳରେ ଭଳ ଖେଳି ଦେଶରେ ନାମ ରଖିବ ବୋଳି ଉଦ୍ଦବୋଧନ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହ କରିଥିଲେ ।ଏହି ପ୍ରତିଯୋଗିତାରେ ମୁଣ୍ଡୋମହୁଲ ସରପଞ୍ଚ ସୂର୍ଦଶନ ମହାନନ୍ଦ ରାଜ୍ୟ ସଭା ସାଂସଦ ଙ୍କ ନୋମିନି ଘନ ଭୂଏ ଲଲିତ ମଲ୍ଲିକ, କିତ୍ତନ ବରିହା , କୈଳାସ ତାଣ୍ଡି,ତୁଲେଶ୍ୱର ପୁଟେଲ,ଚମ୍ପେଶ୍ଵର ବରିହା, ଏବଂ ବିଦ୍ୟାଳୟ ର ଖେଳ ଶିକ୍ଷକ ମନୋଜ କୁମାର ମେହେର ,ଭେନଙ୍କଟେଶ୍ଵର ଦାସ,ଝଙ୍କାର ରଞ୍ଜନ ମିଶ୍ର, ଅଶ୍ଵିନୀ କୁମାର ସାହୁ,ଡୋଲାମଣି ସାହୁ,ପ୍ରଦିପ କୁମାର ଦତ୍ତ, ବିନୋଦ କୁମାର ମହାନ୍ତି , ମନ୍ମଥ ନାଥ ପୁଟେଲ ପ୍ରମୁଖ ସହଯୋଗ କରିଥିଲେ।

Exit mobile version