ଦିଲ୍ଲୀରେ ଅମିତ୍ ଶାହାଙ୍କୁ ଭେଟି ଥିଲେ – ସୌମ୍ୟରଞ୍ଜନ 

ମାଟିର ନୁହଁନ୍ତି କି ପାର୍ଟିର ନୁହଁନ୍ତି । ନିଜ ସ୍ୱାର୍ଥ ଚିନ୍ତାରେ ସବୁବେଳେ ଥାନ୍ତି । ଯେତେବେଳେ ବ୍ୟକ୍ତିଗତ ସ୍ୱାର୍ଥ ହାସଲ ନ ହୁଏ, ସେ ବ୍ଲାକମେଲର୍ ପନ୍ଥା ଆପଣାନ୍ତି । ଆଉ ବ୍ଲାକମେଲିଂ ସଫଳ ନହେଲେ ଉଗ୍ର ହୋଇପଡ଼ନ୍ତି ସୌମ୍ୟରଞ୍ଜନ 

ସୌମ୍ୟ ବିଜେପି ଯିବା ବାଟର କଣ୍ଟା – ଧର୍ମେନ୍ଦ୍ର

୨୮ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ଵର :-> ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟିକରି ସୌମ୍ୟ ଏବେ ବିଜେପି ମୁହଁ ହୋଇଛନ୍ତି । ଦିଲ୍ଲୀରେ ଅମିତ୍ ଶାହାଙ୍କୁ ଭେଟି ନିଜର ଓ ନିଜ ଅନୁଷ୍ଠାନର ଭବିଷ୍ୟତ ରକ୍ଷାକରିବା ପାଇଁ ଯୋରଦାର ପ୍ରୟାସ ଚଲାଇଛନ୍ତି । ଶୁଣିବାକୁ ମିଳୁଛି, ସୌମ୍ୟଙ୍କ ନାମରେ ଗୁନ୍ଥି ହୋଇଥିବା କେସ୍‌ ଗୁଡିକର କିଭଳି ସମାଧାନ ହେବ ଓ ସୌମ୍ୟ ଆଗୁଆ ସୁପ୍ରିମ୍ କୋଟରୁ ଜାମିନି ଆଣଇପାରିବେ, ସେଥିପାଇଁ ଅମିତ୍ ଶାହାଙ୍କ ଶରଣ ନେଇଛନ୍ତି ।

ସୌମ୍ୟ ଚାହୁଁଛନ୍ତି ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ପତକା ଧରି ନିର୍ବାଚନ ରଣାରଙ୍ଗ ପାର ହେବା ପାଇଁ । କିନ୍ତୁ ଏଥିରେ କଣ୍ଟା ସାଜିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ଚାହୁଁନାହାନ୍ତି, ଓଡିଶା ବିଜେପିରେ ସୌମ୍ୟ ପସିଯାଆନ୍ତୁ ବୋଲି । ଆରମ୍ଭରୁ ଧର୍ମେନ୍ଦ୍ରଙ୍କର ଗୋଟିଚାଳନା କାମ କରୁଛି ।ବିଜେପି ଦଳରେ ଖଣ୍ଡାୟତଙ୍କୁ ଛାଡି କରଣ ନେତୃତ୍ୟ ନେଇ ପାରିବେ ନାହିଁ ବୋଲି ଧର୍ମେନ୍ଦ୍ର ଅଣ୍ଟା ଭିଡିଛନ୍ତି ।

ସେଥିପାଇଁ ସମୀରଙ୍କୁ ହଟାଇ ମନମୋହନ ସାମଲଙ୍କୁ ବିଜେପିର ଓଡିଶା ମୁଖ୍ୟ କରାଯାଇଛି । ଧର୍ମେନ୍ଦ୍ରଙ୍କର ଜାତିଆଣ ଭାବ ଭାରି ତିକ୍ଷ୍ନ । ଅପରାଜିତା ଷଢଙ୍ଗି ବ୍ରାହ୍ମଣ ହୋଇଥିବାରୁ ତାଙ୍କୁ ବାରମ୍ବାର କଣ ଠେସା କରିବାରେ ଲାଗିଛନ୍ତି । ଏହି ଭଳି ପରିସ୍ଥିତିରେ ସୌମ୍ୟଙ୍କର ଯାଗା ନାହିଁ ବୋଲି ରାଜନୀତି ବିଷାରଦ ମାନେ ମତ ପ୍ରକାଶ କରିଛନ୍ତି ।

Exit mobile version