ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

୨୭ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପଡ଼ିଆ :-> ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଅନ୍ତର୍ଗତ ମାଟେରୁ ଓ ନିଲିଗୁଡା ପଞ୍ଚାୟତ ରେ ଆଜି ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନେଇ ଏକ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଜି ମାଟେରୁ ଓ ନିଲିଗୁଡା ପଞ୍ଚାୟତରେ ଥିବା ମ୍ୟାଲେରିଆ ପ୍ରବଣ ଗାଁ ଗୁଡିକର ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି, ସଂପାଦକ ଓ ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଉକ୍ତ ଶିବିର ରେ ମ୍ୟାଲେରିଆ ଜ୍ବର କିପରି ଅଞ୍ଚଳରୁ ଲୋପ ପାଇବ, ମଶାରୀର ବ୍ୟବହାର, ସ୍ବଚ୍ଛତା ଏବଂ ଶୂନ୍ୟ ମ୍ୟାଲେରିଆ ଆମର ଲକ୍ଷ୍ୟ ବିଷୟରେ ସଚେତନ ସୃଷ୍ଟି କରାଯାଇଥିଲା । ଆଗାମୀ ଦିନରେ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ କିପରି ସକ୍ରିୟ ହୋଇ ଗାଁରେ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବେ ସେଥିପ୍ରତି ଦୃଷ୍ଟି ଦେବା ନିମନ୍ତେ ପରାମର୍ଶ ଦିଆଗଲା । ଆଜିର ଏହି କାର୍ଯ୍ୟକ୍ରମକୁ ପିଏଚଇଓ ନବୀନ ଚନ୍ଦ୍ର ସମରଥ ପରିଚାଳନା କରିଥିବା ବେଳେ ବିପିସି ରାଜେଶ ସହଯୋଗ କରିଥିଲେ ।

Exit mobile version