ଏସୟୁସିଆଇ (ସି) ପକ୍ଷରୁ ବାରଙ୍ଗରେ ବିକ୍ଷୋଭ

୨୬ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ  :-> ଜନ ଜୀବନର ଜ୍ୱଳନ୍ତ ସମସ୍ୟା ସମାଧାନ ଦାବିରେ ବାରଙ୍ଗ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏସୟୁସିଆଇ (ସି) ତରଫରୁ ଏକ ଗଣ ବିକ୍ଷୋଭ ଆଜି ଅନୁଷ୍ଠିତ ହୋଇଯାଇଛି। ବାରଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ସହ ଉନ୍ନତ ମାନର ଚିକିତ୍ସା ବନ୍ଦୋବସ୍ତ ସହ ଆବଶ୍ୟକୀୟ ଶଯ୍ୟା ବ୍ୟବସ୍ଥା କରିବା, ବ୍ଲକ ରେ ବନ୍ଦ ହୋଇଥିବା ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ ତୁରନ୍ତ ଖୋଲିବା,

ଜାତୀୟ ଶିକ୍ଷା ନୀତି-୨୦୨୦ ବାତିଲ କରିବା,ବାରଙ୍ଗ ବ୍ଲକ ରେ ଶୀତଳ ଭଣ୍ଡାର ନିର୍ମାଣ ସହ ଚାଷ ଜମି କୁ ଜଳସେଚନ ବ୍ୟବସ୍ଥା କରିବା, ସବୁ ଗ୍ରାମ ରେ ଡ୍ରେନେଜ ବ୍ୟବସ୍ଥା କରିବା ଓ ତା’ର ସଫେଇର ସୁବନ୍ଦୋବସ୍ତ କରିବା, ପ୍ରତେକ ଗ୍ରାମ କୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବା , ତ୍ରିଶୂଳିଆ ଛକ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ନିର୍ମାଣ କରିବା ଏବଂ ସରକାରୀ ଦେଶୀ ବିଦେଶୀ ମଦ ଦୋକାନ ବନ୍ଦ କରିବା ସହ ସମସ୍ତ ନିଶା ଦ୍ରବ୍ୟର ପ୍ରଚାର ପ୍ରସାର ବନ୍ଦ କରିବା ଇତ୍ୟାଦି ଦାବି ସମ୍ମଳିତ ସ୍ମାରକପତ୍ର ବିକ୍ଷୋଭ ସ୍ଥଳରୁ ବିଡ଼ିଓଙ୍କୁ ଦିଆଯାଇଥିଲା ।

ବିକ୍ଷୋଭ ସ୍ଥଳରେ ଏସୟୁସିଆଇ(ସି) ବାରଙ୍ଗ ଆଞ୍ଚଳିକ କମିଟିର ସମ୍ପାଦିକା ଟୀକା ସାମଲଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ଏସୟୁସିଆଇ(ସି) କଟକ ଜିଲ୍ଲା ସମ୍ପାଦକ ବିଶ୍ଵାବସୁ ଦାସ, ଚାଷୀ ନେତା ବସନ୍ତ ନାୟକ, ଆଞ୍ଚଳିକ କମିଟି ର ସଭ୍ୟ ସିଦ୍ଧାର୍ଥ ରଥ,ଅଭିରାମ ବେହେରା, ରାଜେଶ ରାଉତ, ଅକ୍ଷୟ ବେହେରା, ନମିତା ବେହେରା, ମିନତି ଦଳାଇ, ରଜନୀ ସାମଲ ଓ ଅନ୍ୟମାନେ ବକ୍ତବ୍ୟ ରଖିଥିଲେ।

Exit mobile version