ସମାଜସେବୀ ଚାରୁ ଚନ୍ଦ୍ର ସ୍ୱାଇଁଙ୍କ ଏକାଦଶାହରେ ସ୍ମୃତି ଚାରଣ

୨୬ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ  :->  କଟକସଦର ବ୍ଲକ ଉରାଳୀ ପଞ୍ଚାୟତ ନଛିପୁର ଗ୍ରାମର ପୂର୍ବତନ ଗ୍ରାମ୍ୟ କମିଟିର ସଭାପତି, ସମାଜସେବୀ କଂଗ୍ରେସର ଆଗଧାଡିର କର୍ମକର୍ତ୍ତା ଚାରୁ ଚନ୍ଦ୍ର ସ୍ୱାଇଁଙ୍କ ଏକାଦଶାହ ଉପଲକ୍ଷେ , ମଙ୍ଗଳବାର ସନ୍ଧ୍ୟାରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଉରାଳୀ ପଞ୍ଚାୟତର ସରପଞ୍ଚ ଅଭିଶେକ ବେହେରା,

ଜିଲ୍ଲା ପରିଷଦ ସଭ୍ୟା ଆଶାଲତା ବେହେରା, ପୂର୍ବତନ ସରପଞ୍ଚ କବିତା ଦାସ,ବିଜେପି ନେତା ଇଂ ପ୍ରକାଶ ସେଠୀ , ଶିକ୍ଷାବିତ ଶରତ ଚନ୍ଦ୍ର ରଥ , ଇଂ ସନ୍ୟାସୀ ପଣ୍ଡା, ସମାଜସେବୀ ବିଜୟ କୁମାର ପାଲ, ପ୍ରଦିପ କୁମାର ଦାସ, ମୁରଲୀଧର ନାୟକ, ପ୍ରତାପନଗରୀ ଗ୍ରାମ୍ୟ କମିଟିର ସଭାପତି ପ୍ରମୋଦ କୁମାର ସ୍ୱାଇଁ ,

ଚତୁରଭୁଜ ମହାପାତ୍ର, ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଚାରୁ ଚନ୍ଦ୍ର ସ୍ୱାଇଁଙ୍କ ଫଟୋ ଚିତ୍ରରେ ପୁଷ୍ପଗୁଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ସ୍ୱର୍ଗତ ଶ୍ରୀ ସ୍ୱାଇଁଙ୍କ ବଡ଼ ପୁଅ ବିଚିତ୍ରା ନନ୍ଦ ସ୍ୱାଇଁ, ସଚିଦା ନନ୍ଦ ସ୍ୱାଇଁ, ଦୁଇ ପୁତ୍ର ବଧୁ , ନାତି, ନାତୁଣୀ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Exit mobile version