ସୁନିଆରେ ଆଞ୍ଚଳିକ ପୂଜା କମିଟିର ମାଟି ଅନୁକୂଳ 

୨୬ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ  :-> ପବିତ୍ର ସୁନିଆ ତିଥିରେ କଟକ ସଦର ଥାନା ଅନ୍ତର୍ଗତ ମହିଧରପଡା ଆଞ୍ଚଳିକ ପୂଜା କମିଟି ପକ୍ଷରୁ, ମା, ଦୂର୍ଗାଙ୍କ ମୃଣମୟୀ ମୂର୍ତ୍ତି ନିର୍ମାଣ ପାଇଁ ଆଜି ପୂଜାପାଠ କରାଯାଇ ମାଟି ଅନୁକୂଳ ହୋଇଥିଲା । . ଏହି ଅବସରରେ ପୂଜା କମିଟି ତରଫରୁ କର୍ତ୍ତା ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ପ୍ରଣବ ପଟ୍ଟନାୟକ, ବିଜୟ କେଶରୀ ମହାପାତ୍ର, ଶୈଳଜାନନ୍ଦ ସାହୁ,

ଲିଙ୍ଗରାଜ ମହାନ୍ତି, ସଂଗ୍ରାମ କେଶରୀ ମହାପାତ୍ର, ମନୋଜ କୁମାର ରଥ, ପ୍ରଭାକର ପାତ୍ର ପ୍ରମୁଖ ସଦସ୍ୟମାନେ, ମହିଧରପଡା ସ୍କୁଲ ଛକ ନିକଟରେ ଥିବା ପୂଜା ମଣ୍ଡପ ଠାରୁ ମାଙ୍କ ମାଟି ଅନୁକୂଳ ପାଇଁ କର୍ମକର୍ତ୍ତା ମାନେ ବାଜା , ବାଣ, ଶଙ୍ଖ, ସଂକୀର୍ତନ କରି ଶୋଭା ଯାତ୍ରାରେ ବାହାରି ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ଥିବା ପୁଷ୍କରିଣୀ ଠାରେ ପହଞ୍ଚି ଥିଲେ । ସେଠାରୁ ମା ଦୂର୍ଗାଙ୍କ ମୂର୍ତ୍ତି ନିର୍ମାଣ ନିମନ୍ତେ ମାଟି ଆଣିଥିଲେ ।

Exit mobile version