
୨୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ଼ :-> ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ପକ୍ଷରୁ ଆସ ଆମେ ଶିଶୁଙ୍କୁ ବୁଝିବା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ର ରେ ୪୦୦ ରୁ ଉର୍ଦ୍ଧ୍ବ ମାଆ ମାନଙ୍କୁ ନେଇ ଶିଶୁ ମାନଙ୍କର ବିକାଶ ରେ ମାତାପିତାଙ୍କ ଭୂମିକା ବିଷୟରେ ଆଲୋଚନା ହୋଇ ଥିଲା ।
