୨୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକମାନଙ୍କ ଧାରଣା ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି. ଏହି ଧାରଣାରତ ସାମ୍ବାଦିକମାନଙ୍କୁ ରାଜ୍ୟ କଂଗ୍ରେସ ପ୍ରଚାର କମିଟିର ଅଧକ୍ଷ ତଥା ପୂର୍ଵତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କ ସହ ଗଜପତି ମୋହନା ବିଧାୟକ ଦାଶରଥି ଗମାଙ୍ଗ ସାକ୍ଷାତ କରିଛନ୍ତି. ଉଭୟ ଧାରଣାରତ ସାମ୍ବାଦିକମାନଙ୍କ ସହ 1 ଘଣ୍ଟାରୁ ଧରି ଆଲୋଚନା କରିବା ସହ ଘଟଣା ନେଇ ତୀବ୍ର ନିନ୍ଦା କରିଥିଲେ. ସାମ୍ବାଦିକମାନଙ୍କ କଣ୍ଠରୋଧ ପାଇଁ ଏବଂ ଦୂରୀନୀତି ବିରୋଧରେ ଖବର ପ୍ରକାଶନ ଓ ପରିବେଷଣ କଲେ ସାମ୍ବାଦିକମାନଙ୍କୁ ବିଭିନ୍ନ ମିଥ୍ୟା ଷଡଯନ୍ତ୍ର ଦ୍ୱାରା ଦମନ କରାଯିବା ସହ ସାମ୍ବାଦିକ ମାନଙ୍କ ନାମରେ ମିଥ୍ୟା ମକଦ୍ଦମା ରୁଜୁ କରାଯାଉଛି ବୋଲି ପ୍ରଚାର କମିଟିର ଅଧକ୍ଷ ଶ୍ରୀ ପଟ୍ଟନାୟକ ପ୍ରକାଶ କରିବା ସହ ସମସ୍ତେ ସାମ୍ବାଦିକଙ୍କ ସମେତ ସମୂହ ଜନ ସାଧାରଣ ଏନେଇ ସଚେତନ ହୋଇ ଏଭଳି ଷଡ଼ଯନ୍ତ ଓ ମିଥ୍ୟା ମକଦ୍ଦମାର ଦୃଢ଼ ବିରୋଧ କରିବା ଆବଶକ୍ୟ.