ରଣ୍ଡିବାରେ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ

୨୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :->  ଆର,ଉଦୟଗିରି ବ୍ଳକ ଅନ୍ତର୍ଗତ ରଣ୍ଡିବା ପଞ୍ଚାୟତରେ ସୋମବାର ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏ ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ନାଇବ ସରପଞ୍ଚ ରୁକୁଣୀ ଶବରଙ୍କ ସଭାପତିତ୍ବ ଏହି କାର୍ଯ୍ୟକ୍ରମରେ ପିଇଓ ଲଳିତ ମୋହନ ଗୌଡ,

ଆଆରଏସ୍ ପ୍ରମୁଖ ଉପସ୍ଥିତ ରହି ସ୍ବଛତା ହିଁ ସେବା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋଚନା କରିବା ସହ ପଞ୍ଚାୟତକୁ ସ୍ବଛ ରଖିବା ପ୍ରତି ଦୃଷ୍ଟିଦେବା ପାଇଁ ସଚେତନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସିଆରପି,ଏମ୍ବିକେ, ଏସ୍ଏଚ୍ଜି ମହିଳା ଗୋଷ୍ଠୀ ଏବଂ ଗ୍ରାମବାସୀ ଯୋଗଦେଇଥିଲେ । ଏହି ଅବସରେ ନାଇବ ସରପଞ୍ଚ ତତ୍ତ୍ବାବଧାନରେ ଗ୍ରାମ, ମନ୍ଦିର, ପୋଖରୀ ତଠ ଓ ବିଦ୍ୟାଳୟ ଆଦି ବିଭିନ୍ନ ସ୍ଥାନ ସଂଫେଇ କରାଯାଇଥିଲା ।

Exit mobile version