ଅଳ୍ପକେ ବର୍ତ୍ତୀଲେ ୪୦ ଜଣ ଛାତ୍ରଛାତ୍ରୀ

୨୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> 16 ନମ୍ବର ଜାତୀୟ ରାଜପଥ  ହରିକୁଣ୍ଡ ବରଡି ଛକ ଠାରେ ଘଟିଛି ଦୁର୍ଘଟଣା ।ଟ୍ରକ ପଛକୁ ପିଟିଲା ରିଲିୟନ୍ସ ବସ  ।  ଅଳ୍ପକେ ବର୍ତିଲେ ୪୦ଜଣ ଯାତ୍ରୀ ୨ଜଣ ଯାତ୍ରୀ ସାମାନ୍ୟ ଆହାତ ହୋଇଥିବା ବେଳେ । ହେଲପର ଗୁରୁତର ଆହତ ହୋଇଛି ।

ଘଟଣା ସ୍ଥଳରେ ନାଚୁଣି ପୋଲିସ ପହଞ୍ଚି ଆହତ ବ୍ୟକ୍ତି ମାନଙ୍କୁ ଚିକିତ୍ସା ପାଇଁ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରିଛି ।  ମାଲକାନାଗିରି ରୁ ଭୁବନେଶ୍ଵର ଅଭିମୁଖେ ଯାତ୍ରୀ ମାନଙ୍କୁ ନେଇ ଯାଉଥିବା ରିଲାଏନ୍ସ ବସ୍  ଏକ ଟ୍ରକକୁ ଓଭରଟେକ କରି ଆଗକୁ ଯାଉଥିବା ବେଳେ । ହଠାତ ବରଡି ଛକ ଠାରେ ଦୁର୍ଘଟଣା ଗ୍ରସ୍ତ ହେଇଛି ।

ରାସ୍ତାର ଗୋଟିଏ ପାର୍ଶ୍ଵରେ ଉଭୟ ଟ୍ରକ ଏବଂ ବସ୍ ଚାଲୁଥୁବା ଅବସ୍ଥାରେ ଟ୍ରକ ପଛକୁ ଧକ୍କା ଦେଇଥିଲା ବସ୍। ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଦୁଇଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ନେଇ  ବସର ହେଲ୍ପର ଗୁରୁତର ଆହାତ ହୋଇଛନ୍ତି। ସମସ୍ତ ଯାତ୍ରୀଙ୍କୁ ପୋଲିସ ଉଦ୍ଧାର କରି ଅନ୍ୟ ଏକ ବସରେ ଛାଡିଥିବା ବେଳେ । ଆହତ ବ୍ୟକତିମାନଙ୍କୁ ବାଲୁଗାଁ ଡାକ୍ତର ଖାନାକୁ ଚିକିତ୍ସା ନିମନ୍ତେ ପୋଲିସ ପଠାଇଛି ।

Exit mobile version