ଅବସରପ୍ରାପ୍ତ ଶିକ୍ଷକ ଓ କର୍ମ ଚାରୀ ସଂଘ ନୀରବ ଧାରଣା ଓ ଆମରଣ  ଅନସନ 

୨୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ସମଗ୍ର ଓଡ଼ିଶାର ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ ସମୂହର ଅବସରପ୍ରାପ୍ତ ଶିକ୍ଷକ ଓ କର୍ମ ଚାରୀ  ସଂଘର ଡାକରାରେ ତା୨୫। ୦୯ା୨୩ରିଖରେ ଭୁବନେଶ୍ୱର ଲୋୟର ପି. ଏମ. ଜି ର ରାଜରାସ୍ତାରେ ସମଗ୍ର ଓଡ଼ିଶା ରୁ୨୦୦୦ରୁ ଅଧିକ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମ ଚାରୀ ମାନଂକର ଏକ ବିଶାଳ ସମାବେଶ କରାଯାଇ ଥିଲା।ଏଥିରେ  ନୟାଗଡ ଜିଲ୍ଲା ରଣପୁର ବ୍ଲକ ଝାଡପଡା ର ଅବସର ପ୍ରାପ୍ତ  ପ୍ରଧାନ ଶିକ୍ଷକ ଭାସ୍କର ଚନ୍ଦ୍ର ପ୍ରଧାନ  ଶିକ୍ଷକ  ସଙ୍ଘର କର୍ମକର୍ତ୍ତା ଯାହାଙ୍କ ନେତୃତ୍ୱରେ ରଣପୁର ବ୍ଲକ ସ୍ତରୀୟ ଅଞ୍ଚଳରୁ ଶତାଦ୍ଧୀକ ଶିକ୍ଷକ ସମୂହ ଉକ୍ତ  ଆମରଣ ଅନଶନରେ ଯୋଗ ଦେଇ ଭାଷଣ ବାଜୀ କରିଥିଲେ।

ଏହି ଭଳି ସ୍କୁଲ ରୁ ଅବସର ନେଇଥିବା ଶିକ୍ଷକ ମାନେ ବିନା ଦରମାରେଦୀର୍ଘ ୩୩ ବର୍ଷ ଧରି ଶିକ୍ଷକ ତା କରି ଅବସର ନେଲାପରେ ସରକାରଙ୍କ ତରଫରୁ ଟଙ୍କା ଟିଏ ବି ଅବସର କାଳୀନ ସୁବିଧା ପାଉ ନାହାଁନ୍ତି। ଏମାନଙ୍କ ମଧ୍ଯ ରୁ ଶତାଧିକ ଶିକ୍ଷକ ମରି ଗଲେଣି। ବୟୋଜ୍ୟେଷ୍ଠ ନାଗରିକ ମାନଙ୍କ ପାଇଁ ସରକାରଙ୍କ ର ଅନେକ ଯୋଜନା ରହିଥିଲେ ମଧ୍ଯ ଏମାନେ ସବୁ ଥିରୁ ବଞ୍ଚିତ  

ରୋଗାକ୍ରାନ୍ତ ବୟସ୍କ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କ  ପ୍ରତି ଅନୁକମ୍ପା ପ୍ରଦଶନ କରି ରାଜ୍ଯ ସରକାର ପେନସନ୍ ପ୍ରଦାନ ନିମନ୍ତେ  ସୁବିଧା କରାଇବା ପାଇଁ ସଂଘ ତରଫରୁ ସଭାପତି ଗରୁଡ ଚରଣ ସାହୁ ଓ ସଂପାଦକ ରଞ୍ଜନ କୁମାର ଦାଶ  ଉପସଭାପତି ପ୍ରେମାନନ୍ଦ ସାର ପରିଜା ସାରଙ୍କ ସମେତ ସମସ୍ତ  ଅବସରପ୍ରାପ୍ତ ଶିକ୍ଷକ ଅନୁରୋଧ କରୁଅଛୁ  । ନଚେତ ଆସନ୍ତା କାଲି ଠାରୁ ଆମରଣ ଅନସନ ସହିତରାଜରାସ୍ତାରେ ଭିକ୍ଷା କରିବା ସହିତ ଜରା ନିବାସ ରେ ରହିବା ପାଇଁ ସ୍ତିର କରାଯାଉଛି।  

Exit mobile version