ଐତିହାସିକ ବଳଦ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

୨୪ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନ :-> ଭୁବନ ରେ ଐତିହାସିକ ତଥା ପାରମ୍ପରିକ ବଦଳ ଯାତ୍ରା ନିମନ୍ତେ ଜଗନ୍ନାଥ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବଳଦ ଯାତ୍ରା ଶାନ୍ତି କମିଟି ଆବାହକ ବିଶ୍ଵନାଥ ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବୈଠକରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ସମେତ ଦିଲ୍ଲୀପ କୁମାର ଦାସ,ନରେନ୍ଦ୍ର କୁମାର ସାହୁ,ନିରଞ୍ଜନ ପୃଷ୍ଟି, କୁଞ୍ଜ ବିହାରୀ ଚିନରା, ଭଗବାନ ଗୁରୁ ,

ରାମ ଚନ୍ଦ୍ର ନାୟକ ,କାଉନସିଲର ପପୁ କୁମାର ସାହୁ,ଅଜୟ କୁମାର ସେଠୀ,ନିରଞ୍ଜନ ଗୁରୁ, ନୁଆ ବଜାର ବଣିକ ସଂଘ ସଭାପତି ଦୁଷ୍ମନ୍ତ କୁମାର ପୃଷ୍ଟି, କାଳୀ ବଜାର ସଭାପତି ସମୀର କୁମାର ସାହୁ, ଦୁର୍ଗା ବଜାର ସଭାପତି ଶ୍ରୀକାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଚଳିତ ବର୍ଷ ବଳଦ ଯାତ୍ରା ଓ ଦଶହରା କୁ ଶାନ୍ତି ଶୃଙ୍ଖଳା ସହ ପାଳନ କରାଯିବା ନିମନ୍ତେ ସର୍ବ ସମ୍ମତ କ୍ରମେ ଅଧ୍ୟାପକ ଦିଲ୍ଲୀପ କୁମାର ଦାସ ଙ୍କୁ ଚୟନ କରାଯାଇଥିଲା ।

Exit mobile version