ଗଜପତି ଜିଲ୍ଲାରେ ଜନନୀ ଯନ୍ତଣା : ଗର୍ଭବତୀଙ୍କୁ ଦୋଳାରେ ବୁହାହୋଇ ୭ କାମି ଗଲେ

୨୪ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ଗଜପତି ଜିଲ୍ଲାରେ ରାସ୍ତା ନଥିବାରୁ ମୋହନା ବ୍ଳକ ଦୁର୍ଗମ ଅଞ୍ଚଳର ମାତାକୁପା ଗାଁରେ ଦୋଳରେ ପୁଣି ୭ କିମି ଭାରରେ ବୁହା ହୋଇଗଲେ ଗର୍ଭବତୀ । ଗାଁର ଆୟୁବ ମାଝୀଙ୍କ ଗର୍ଭ ଯନ୍ତଣା ହେବାରୁ ପରିବାର ଲୋକେ ମୋହନା ମେଡିକାଲ୍ ନେବାକୁ ଘରୁ ବାହାରିଥିଲେ । ହେଲେ ରାସ୍ତା ଭଲ ନ ଥିବାରୁ ପରିବାର ଲୋକେ ମାତିକୃପା ଗାଁଠାରୁ ଗମ୍ଭାରୀ ଯାଏ ପ୍ରାୟ ୭ କିମି ମହିଳାଙ୍କୁ ଭାରରେ ବୋହି ନେବା ପରେ ସେଠାରୁ ପରିବାର ଲୋକେ ଆଉ ଆମ୍ବୁଲାନସକୁ ନ ଡାକି ବାଇକରେ ମୋହନା ମେଡିକାଲରେ ଭତ୍ତି କରିଛନ୍ତି । ବର୍ତମାନ ଡାକ୍ତର ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି ।

ଦୁର୍ଗମ ଅଞ୍ଚଳରେ ରାସ୍ତା ନ ଥିବରୁ ଜନସାଧାରଣ ଆମ୍ବୁଲାନସ ସେବା ପାଇବାରୁ ବଞ୍ଚିତ ହେବାଗର୍ଭବତୀ ମହିଳାଙ୍କୁ ଭାରରେ ନିଆଯାଉଛି । ଏହିଭଳି ଜନନୀ ଯନ୍ତଣା ଚିତ୍ର ମୋହନା, ରାୟଗଡା, ଆର,ଉଦୟଗିରି ବ୍ଳକରେ ପ୍ରାୟ ଦେଖିବାକୁ ମିଳୁଛି । ଏହିପରି ବାରମ୍ବାର ବିଭିନ୍ନ ବ୍ଳକର ସମସ୍ୟା ନେଇ ବାରମ୍ବାର ବିଭିନ୍ନ ଗଣମାଧମରେ ପ୍ରକାଶ ନେଇଥିଲେ ମଧ୍ୟ ଏହା ପ୍ରତିକାର ନେଇ ନା ଗଜପତି ଜିଲ୍ଲାପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ଏଥିପ୍ରତି ଧନ୍ୟଦେଇ ପ୍ରତିକାର କରୁଥିବାର ଦେଖିବାକୁ ମିଳୁନି । ପ୍ରତିବର୍ଷ ବିଭିନ୍ନ ଦଳର ନେତା ଗ୍ରାମକୁ ଆସି ଗ୍ରାମର ଅତିଶିଘ୍ର କରାଯିବ ବୋଲି ପ୍ରତିଶୃତି ଦେଇ ଚାଲିଯାଆନ୍ତି । ଶେହି ପ୍ରତିଶୃତି ପାଣିର ଗାର ଭଲି କାମ ହୁଏ ।

Exit mobile version