୨୩ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଳାହାଣ୍ଡି :-> ନର୍ଲା ବ୍ଳକ ଅନ୍ତର୍ଗତ ତିତକେଲା ବୀଣାପାଣି କ୍ଲବ ଆନୁକୁଲ୍ୟରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ବିଜେପି ଜିଲ୍ଲା ଉପସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନିରୁଦ୍ଧ ପଧାନ ଯୋଗ ଦେଇ ନୂଆଁଖାଇ ଏକତାର ମନ୍ତ୍ର ବହନ କରିଥାଏ ବୋଲିଊ କହିଥିଲେ । ଏଥିରେ ମୁଖ୍ୟବକ୍ତା ରୂପେ ତିତକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ଭୋଇ ନୂଆଁଖାଇ ବିଷୟରେ ଆଲୋକପାତ କରିଥିଲେ ।
