
ଓଡିଶା ତାଜା ନ୍ୟୁଜ୍ ( ୦୭ ଜୁଲାଇ ମଙ୍ଗଳବାର) ନୟାଗଡ଼ :- ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଜୁଲାଇ 1 ତାରିଖରୁ ଆରମ୍ଭ ହୋଇଥିବା ଜିଲ୍ଲାବ୍ୟାପି ସେବାଉତ୍ସବ ଷଷ୍ଠ ଦିନରେ ପହଂଚିଛି । ଏହି ଅବସରରେ ଆଜି ଶରଣକୁଳ ଫ୍ରେଣ୍ଡସ ହେଲ୍ପ ଗ୍ରୁପ ଅନୁକୁଲ୍ୟରେ ଶରଣକୂଳ ବଡପୁଟ ଠାରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ର, ପ୍ରକୃତିପ୍ରେମୀ ସୁଜିତ କୁମାର ପ୍ରଧାନ,
ଜ୍ଞାନରଞ୍ଜନ ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରୀ ଧନରାଜ ଏଚଡି ଯୋଗଦେଇ ଅନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବର, ଅଶ୍ୱସ୍ଥ, ପଣସ, ଲିମ୍ବ ଓ ଅଶୋକ ଆଦି ଦୁଇଶହରୁ ଉର୍ଧ୍ଵ ଚାରାରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରକୃତି ପ୍ରେମୀ ପ୍ରକାଶ କୁମାର ମାନ୍ନା , ନୟାଗଡ଼ କଲେଜର ପୂର୍ବତନ ଛାତ୍ରନେତା ପୃଥୀବିରାଜ ଦଳବେହେରା,
ପରମେଶ୍ୱର ସାହୁ ଚାଚା ନେହେରୁ ଶିଶୁରାଇଜର ସଂଗ୍ରାମ ସାହୁ, ସୁର୍ଯ୍ୟମଣି ସାହୁ ,ପଂଚାନନ ଦୋରା, ଜ୍ୟୋତିରଞ୍ଜନ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ । ଏହାପରେ ସେବା ଉତ୍ସବ ସମିତି ପକ୍ଷରୁ ଶରଣକୂଳ ଅଂଚଳର ବିଭିର୍ଣ୍ଣ ସ୍ଥାନରେ ଶତାଧିକ ଅଭାବୀଙ୍କୁ ବସ୍ତ୍ର ଓ ମାସ୍କ ବଣ୍ଟନ କରାଯାଇଥିଲା । (ରିପୋର୍ଟ – ରାମ କୃଷ୍ଣ ରଥ)
