୨୩ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ଶତାୟୁ କମ୍ୟୁନିଷ୍ଟ ନେତା ଦୈତାରୀ ନାୟକଙ୍କ ର ଦ୍ୱାଦସାହ ପରିପ୍ରେକ୍ଷୀରେ ଗତ ୨୩ ସେପ୍ଟେମ୍ବର ସନ୍ଧ୍ୟାରେ ଏକ ଶ୍ରଦ୍ଧାଞ୍ଜଳି ସଭା ବରପଲ୍ଲୀ ଠାରେ ସାଥୀ ନିତ୍ୟାନନ୍ଦ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ତାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପରେ ଏକ ମିନିଟ ଶୋକ ଶ୍ରଦ୍ଧାଞ୍ଜଳି ଜଣା ଯାଇଥିଲା । ସାଥୀ ନାୟକ ଜଣେ ଦଳିତ ଅତୀ ଗରୀବ ପରିବାର ର ହୋଇ ଥିଲେ ମଧ୍ୟ ଦେଶର ପରାଧୀନ ଅବସ୍ଥା ଠାରୁ ଆଜିର ବ୍ୟବସ୍ଥା ପର୍ଯ୍ୟନ୍ତ ସମାଜର ପରିବର୍ତ୍ତନ ସାଙ୍ଗକୁ ସାଧାରଣ ଜନତା ଙ୍କ ସେବାକୁ ବ୍ରତ ଭାବେ ଗ୍ରହଣ କରିଥିଲେ ବୋଲି ବକ୍ତା ମାନେ ଆଲୋଚନା କରିଥିଲେ । ରଣପୁରରେ ଐତିହାସିକ ପ୍ରଜାଆନ୍ଦୋଳନ ରେ ପିଲାଟି ବେଳୁ ସାମିଲି ହେବା ସହ ଭାଗଚାଷୀ ଆନ୍ଦୋଳନର ଜଣେ ଛାମ୍ମୁଆ ରଥୀ ଭାବେ କାର୍ଯ୍ୟ କରିଥିଲେ ।
ସେ ଚାଷୀ, ଗରୀବ, ଖଟିଖିଆ,ମୂଲିଆ ମଜୁରିଆଙ୍କ ର ଥିଲେ ସ୍ୱର ଓ ସାଲିସି ହୀନ ସଂଗ୍ରାମ ର ସାରଥୀ । ଜଣେ ମେଳାପୀ ଓ ମିଷ୍ଠ ଭାଷୀ ଭାବେ ପଟିଆ ମାଳ ଅଞ୍ଚଳରେ ବେଶ ପରିଚିତ ଥିଲେ।ସେତେବେଳେ ସେ ନିଜେ ଚାଲି ଚାଲି ଗାଁକୁ ଗାଁ ଯାଇ ସମାଜ ପରିବର୍ତ୍ତନର ବାର୍ତ୍ତା ଦେଉଥିଲେ । ଅସ୍ଥିର ସମାଜରେ ଅବିଚଳିତ ନ ହୋଇ ସମାଜର ପ୍ରତିକୂଳ ଗତିରେ ଶେଷ ଜୀବନ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଏଭଳି ଜଣେ ଦାୟିତ୍ୱବାନ,ସ୍ବସ୍ଛ, ଓ କର୍ମନିଷ୍ଠ ସାଥୀଙ୍କ ବିୟୋଗରେ ସଙ୍ଗଠନରେ ଓ ପଟିଆ ଅଞ୍ଚଳ ରେ ଅପୁରାଣୀୟ କ୍ଷତି ଘଟିଥିଲା ବେଳେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜ ପାଇଁ ଆମେ କାର୍ଯ୍ୟ କରି ପାରିଲେ ହିଁ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ବକ୍ତା ମାନେ ଆହ୍ବାନ ଦେଇଥିଲେ ।
ପରିଶେଷରେ ଶ୍ରୀ ନାୟକଙ୍କ ର ବଡ଼ ପୁଅ ମହେନ୍ଦ୍ର ନାୟକ ପରିବାର ତରଫରୁ ଶ୍ରଦ୍ଧାଞ୍ଜଳି ସଭାରେ ଧନ୍ୟବାଦ ଦେବା ସହ ସାମିଲି ହୋଇଥିବା ସମସ୍ତ ଅତିଥି ଓ ସାଥୀ ମାନଙ୍କୁ ଉପଢୌକନ ଦେଇ ସନମାନିତ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ପାର୍ଟିର ରାଜ୍ୟ ନେତୃତ୍ୱ ଜଗନ୍ନାଥ ମିଶ୍ର, ଜିଲ୍ଲା ନେତା ହରିଶ୍ଚନ୍ଦ୍ର ମିଶ୍ର, ସୁରେଶ ସ୍ବାଇଁ, ଦୁଃଶାସନ ଜେନା, ଯୁବ ଆଇନଜ୍ଞ କବିରାଜ ପ୍ରଧାନ, ପୂର୍ବତ୍ତନ ସରପଞ୍ଚ ରାମ ଚନ୍ଦ୍ର ଦାସ, ବିରଞ୍ଚି ପ୍ରଧାନ, ମନୋଜ ପାତ୍ର , ଚନ୍ଦ୍ର ଶେଖର ଜେନା ପ୍ରମ୍ମୁଖ ଆଲୋଚନା କରିଥିଲେ । ସୁରେଶ ସ୍ବାଇଁ , ସମ୍ପାଦକ ସିପିଆଇ (ଏମ) ,ରଣପୁର ।
