ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ରେ ହାତୀ ଅନୁକମ୍ପା ପ୍ରଶିକ୍ଷଣ ଶିବିର

୨୩ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବେଗୁନିଆ/ସକୋ  :-> ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଛତ୍ରପଡ଼ା ଠାରେ ହାତୀ ଅନୁକମ୍ପା ପ୍ରଶିକ୍ଷଣ ଶିବିର  ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଶିବିରରେ ହାତୀ ଉପଦ୍ରବ ଅଞ୍ଚଳରେ କ୍ଷତିପୂରଣ ପାଇବା ଓ ସରକାରୀ ସହାୟତା ପାଇବା ପାଇଁ ଅନୁକମ୍ପା ଆପ ମାଧ୍ୟମରେ ଶିକ୍ଷାଦାନ କରାଯାଇଥିଲା । ଶିବିରରେ ୧୦୦ ରୁ ଅଧିକ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ଉପଲକ୍ଷେ  ଆୟୋଜିତ ପ୍ରଶିକ୍ଷଣ ଶିବିର ରେ (ଡି. ଫ.ଓ) ପୂର୍ଣ୍ଣିମା ପାଣ୍ଡିୟାନ ମୁଖ୍ୟ ଅତିଥି ଓ ଓଡ଼ିଶାର ପୂର୍ବତନ ଲୋକପାଳ (ଆଇ.ଏଫ.ଏସ) ଦେବବ୍ରତ ସ୍ବାଇଁ ।

ସେଭ୍ ଏଲିପ୍ୟାଣ୍ଟ ଟ୍ରଷ୍ଟର ସଦସ୍ୟ ଅନୁପ ନାୟକ, ପ୍ରକାଶ ଜେନା , ବିକେ ପ୍ରଭାସିନୀ , ବିକେ ଅଭିମନ୍ୟୁ, ଟାଙ୍ଗୀ ରେଞ୍ଜର ଓ କିଟ୍ କଲେଜ ର  ଡକ୍ଟର ତୁଲିଶ୍ରୀ ପ୍ରଧାନ ଉପସ୍ଥିତ ରହି  ମନୁଷ୍ୟ ଓ ହାତୀ ସମ୍ପର୍କ ଓ କ୍ଷତି ପୂରଣ ପାଇବା ସମ୍ପର୍କରେ ଜନ ସାଧାରଣ ଙ୍କ ବିଭିନ୍ନ ପ୍ରଶ୍ନ ଉତ୍ତର ଦେଇଥିଲେ ।

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଛତ୍ରପଡ଼ା ଓ ସେଭ୍ ଏଲିଫ୍ୟାଣ୍ଟ ଟ୍ରଷ୍ଟ ର ମିଳିତ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମରେ ସ୍କୁଲ ର ସମ୍ପାଦକ ଫକୀର  ଛୋଟରାୟ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଶିକ୍ଷକ ଲକ୍ଷ୍ମୀଧର ମହାପାତ୍ର ବେଦ ପାଠ ଓ ଧନ୍ୟବାଦ  ଅର୍ପଣ କରିଥିଲେ। ଶେଷରେ ଏହି ଦିବସ ଟିକୁ ମାନେ ରଖିବା ପାଇଁ ବୃ୍ଷରୋପଣ କରଯାଇଥିଲା ।

Exit mobile version