ଲଗାଣ ବର୍ଷାରେ ଧୋଇଗଲା ରାସ୍ତା ଅବହେଲା, ଅନିୟମିତତା ଲାଗି ଦିନକର ଦରମା ବନ୍ଦ

୨୨ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> କିଛିଦିନ ହେବ ଲଗାଣ ବର୍ଷାରେ ଧୋଇଗଲା ରାସ୍ତା । ଫଳରେ ୧୫ ଖଣ୍ଡ ଗାଁକୁ ଯାତାୟତ ବାଧପ୍ରାପ ହୋଇଛି । ଏହିଭଳି ଘଟଣା ଦେଖିବାକୁ ମିଳୁଛି ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ କଟାମା ପଞ୍ଚାୟତ ତାଞ୍ଜୁର୍ବା ଗ୍ରାମ ନିକଟରେ । ଲଗାଣ ବର୍ଷା ହେବା ଫଳରେ ରାସ୍ତାର ଗୋଟିଏ ପାର୍ଶ୍ବର ମାଟି ଧୋଇ ହୋଇ ବଡ ବଡ ଗାତ ସୃଷ୍ଟି ହୋଇଛି ।

ଯାହାହ୍ବାରା କଟମା ହାଇ ସ୍କଲ ଛକ ଠାରୁ ଚାଞ୍ଜୁର୍ବା ଗ୍ରାମ ଦେଇ ବନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁକୁ ସଲଗ୍ନ କରୁଥିବା ପ୍ରାୟ ୧୫ଖଣ୍ଡ ଗାଁକୁ ଯାତାୟାତ ବାଧାପ୍ରାପ ହୋଇଛି । ଏହି ରାସ୍ତାରେ ଯାନବାହନ ଯାତାୟାତ ବାଧାପ୍ରାପ ହୋଇଛି । ତୁରନ୍ତ ରାସ୍ତା ମରାମତି କରିବାକୁ ଗ୍ରାମବାସୀ ସରକାରଙ୍କ ପାଖରେ ଦାବି କରିଛନ୍ତି ।

 

Exit mobile version