୨୨ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ବର :-> ୧୦ ଦଫା ଦାବି ନେଇ ଶୁକ୍ରବାର ରାଜଧାନୀରେ ଆନ୍ଦୋଳନ କରିଛନ୍ତି ହଜାର ହଜାର ଅଙ୍ଗନବାଡ଼ି କର୍ମୀ । ଅଙ୍ଗନବାଡ଼ି କର୍ମୀଙ୍କ ସମସ୍ୟାଗୁଡ଼ିକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବାରମ୍ବାର ଦାବିପତ୍ର ମାଧ୍ୟମରେ ଅବଗତ କରାଯାଉଥିଲେ ମଧ୍ୟ ସରକାର ଦାବୀ ପୂରଣ କରିବା ଦିଗରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି
ଏବଂ ନିଜେ ନିଜର ଲିଖିତ ପ୍ରତିଶ୍ରୁତି ପାଳନ କରୁନଥିବା ଅଭିଯୋଗ କରି ସାରା ରାଜ୍ୟରୁ ହଜାର ହଜାର ଅଙ୍ଗନବାଡ଼ି କର୍ମୀ, ସହାୟିକା ଓ ମିନି ଅଙ୍ଗନବାଡ଼ି କର୍ମୀମାନେ ଆଜି ଲୋୟର ପିଏମ୍ଜିରେ ଆନ୍ଦୋଳନ କରିଛନ୍ତି। ଯଥାଶୀଘ୍ର ସରକାର ଦାବୀ ପୂରଣ କରିବା ଦିଗରେ ଉଚିତ ପଦକ୍ଷେପ ଗ୍ରହଣ ନ କଲେ ଆଗକୁ ଯାହା ଅସୁବିଧା ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଅନ୍ତିମ ଚେତାବନୀ ଦେଇଛନ୍ତି ଅଙ୍ଗନବାଡ଼ି କର୍ମୀ ।
