ନୀଳଶୈଳର ଆହ୍ୱାନରେ ଦେଶ ବିଦେଶର ଓଡ଼ିଆ ପାଳିଲେ ସ୍ବାକ୍ଷର ସଂକଳ୍ପ ଦିବସ

୨୨ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ନୀଳଶୈଳ ଏବଂ ରାଜକିଶୋର ରାଜ ସ୍ମୃତି ସଂସଦର ମିଳିତ ଆନୁକୁଲ୍ୟରେ କଟକ ଶତାବ୍ଦୀ ଭବନ ପରିସରରେ ନୀଳଶୈଳର ବରିଷ୍ଠ ଉପଦେଷ୍ଟା ଶ୍ରୀଯୁକ୍ତ ସଜ୍ଜନ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି”ସ୍ବାକ୍ଷର ସଂକଳ୍ପ ଦିବସ” । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ଯାୟମୁର୍ତ୍ତି ଡଃ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ । ମୁଖ୍ଯ ଅତିଥି ଭାବେ କଟକ ମହାନଗର ନିଗମର ମେୟର ଶ୍ରୀଯୁକ୍ତ ସୁବାସ ସିଂହ ,

ମୁଖ୍ୟ ବକ୍ତା ବିଶ୍ବ ଓଡ଼ିଆ ସମ୍ମିଳନୀର ଅଧ୍ୟକ୍ଷ ଡକ୍ଟର ମୁରଲୀ ମନୋହର ଶର୍ମା ପ୍ରମୁଖ ଯୋଗ ଦେଇ ଓଡ଼ିଆରେ ଦସ୍ତଖତ କରି ସ୍ବାକ୍ଷର ସଂକଳ୍ପ ଦିବସ ଉପରେ ଆଲୋକପାତ କରିଥିଲେ । ଚଳିତ ବର୍ଷ ନୀଳଶୈଳ ସମ୍ମାନ ପାଇଲେ ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ନିହାର ରଞ୍ଜନ ଶତପଥୀ ଏବଂ ନୀଳଶୈଳ କଳା ସମ୍ମାନ ପାଇଲେ ବିଶିଷ୍ଟ ନୃତ୍ୟ ଶିଳ୍ପୀ ଶ୍ରୀଯୁକ୍ତ ରଶ୍ମି ରଞ୍ଜନ ବାରିକ ।

ନୀଳଶୈଳ ପ୍ରତିଭା ଅନ୍ବେଷଣ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା । ଶିଳ୍ପୀ କଳାନିକେତନର କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅନୁଷ୍ଠାନର ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ନାୟକ ଅତିଥିଙ୍କୁ ମଞ୍ଚକୁ ନିମନ୍ତ୍ରଣ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଶକ୍ତି ଶଙ୍କର ରାଜ , ସବିତା ମହାନ୍ତି , ସୌମ୍ୟ ଶଙ୍କର ରାଜ , ମନୋରଞ୍ଜନ ରାଉତରାୟ ପ୍ରମୁଖ ପରିଚାଳନା କରିଥିଲେ । ଦିଲ୍ଲୀ ଠାରେ ଜୁମରେନ୍ଦ୍ର ଦାଶ , କଲିକତା ଠାରେ ଭୁପେସ ମିଶ୍ର , ପୁରୀ ଠାରେ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ , କେନ୍ଦ୍ରାପଡ଼ା ଠାରେ ଦମନ ମହାନ୍ତି , ନୟାଗଡ଼ ଠାରେ ସ୍ମୁତି ରଞ୍ଜନ ମାନସିଂହ , ଢେଙ୍କାନାଳ ଠାରେ ଦେବୀ ପ୍ରସାଦ ମିଶ୍ର ,

ବରଗଡ଼ ଠାରେ ଆଶୁତୋଷ ରଥ , କୋରାପୁଟ ଠାରେ ସର୍ବେଶ୍ଵର ବରାଡ଼ , କଳାହାଣ୍ଡି ଠାରେ ମନୋଜ କୁମାର ପାତ୍ର , ଝାରସୁଗୁଡ଼ା ଠାରେ ଜ୍ଞାନ ରଞ୍ଜନ ନାୟକ , ଯାଜପୁର ଠାରେ ବାଇଧର ମାଝୀ , ଭଦ୍ରକ ଠାରେ ଅନିରୁଦ୍ଧ ହୋତା , ମୟୁରଭଞ୍ଜ (କରଞ୍ଜିଆ) ସଂଜୟ ସାହୁ , କେନ୍ଦୁଝର ଠାରେ ନିରଞ୍ଜନ ପାତ୍ର ଏବଂ ଦେବ ପ୍ରସାଦ ମିଶ୍ର , ବ୍ରହ୍ମପୁର ଶିଶିର କାନ୍ତ ସାହୁ , ଗଜପତି ଠାରେ ଅଶୋକ କୁମାର ଦାସ , ବଲାଙ୍ଗୀର ଠାରେ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ସ୍ବାକ୍ଷର ସଂକଳ୍ପ ଦିବସ ପାଳନ କରିଥିଲେ ।

Exit mobile version