କୃଷି ବିତ ପ୍ରମୋଦ କୁମାର ମଲ୍ଲିକ ଙ୍କ ପଞ୍ଚାୟତ ସ୍ତରୀୟ ନିର୍ବାଚନୀ ପ୍ରସ୍ତୁତି ବୈଠକ ରେ ବ୍ୟାପକ ଜନ ସମର୍ଥନ ବୃଦ୍ଧି

୨୩ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି  :-> କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀରୁ ଆଶାୟୀ ବିଧାନ ସଭା ପ୍ରାର୍ଥୀ ଭାବେ ଅବସର ପ୍ରାପ୍ତ ବରିଷ୍ଠ କୃଷି ଅଧିକାରୀ ପ୍ରମୋଦ କୁମାର ମଲ୍ଲିକଙ୍କୁ ବିଭିନ୍ନ ପଞ୍ଚାୟତ ସ୍ଥରୀୟ ପ୍ରସ୍ତୁତି ବୈଠକ ରେ ବ୍ୟାପକ ଜନ ସମର୍ଥନ ବୃଦ୍ଧି ପାଉଛି । ଆଜି ବିଳାସୁଣୀ ସ୍ଥିତ ମା ବୁଢ଼ୀ ବେହେଡେଇ ପୀଠ ଠାରେ ପୂର୍ବ ତନ ସମିତି ସଭ୍ୟ ଗୌରାଙ୍ଗ ଚରଣ ସ୍ବାଇଁ ଙ୍କ ସଭାପତିତ୍ବ ରେ ଆୟୌଜିତ ପଞ୍ଚାୟତ ସ୍ତରୀୟ ପ୍ରସ୍ତୁତି ବ୍ୟାଠକ ରେ ପୂର୍ବତନ ବିଧାୟକ ସ୍ବର୍ଗତ କଣ୍ଡୁରି ଚରଣ ମଲ୍ଲିକ ଙ୍କ ପୁତ୍ର ତଥା ଅବସର ପ୍ରାପ୍ତ ବରିଷ୍ଟ କୃଷି ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ ଯୋଗଦେଇ ,

ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ମୁଁ ଜଣେ ସାଧାରଣ କର୍ମୀ ହିସାବରେ ରହି ବିଜୁଜନତା ଦଳର ବିଭିନ୍ନ ଜନହିତ କର କାର୍ଯ୍ୟ ର ଯୋଜନା ଗୁଡ଼ିକ ସମ୍ପକ୍ରରେ ପହଞ୍ଚାଇ ଆସୁଥିବି ବୋଲି ଶ୍ରୀ ମଲ୍ଲିକ କହିବା ସହ ନଦୀ ନାଳ ର ଉପକାରିତା ବିଷୟରେ ଗୁରୁତ୍ବ ଦେବାକୁ ଲୋକଙ୍କୁ କହିଥିଲେ । ମତେ ଯଦି ବିଜେଡ଼ି ରୁ ଟିକେଟ ମିଳେ ତେବେ ଲୋକଙ୍କ ସେବକ ଭାବେ କାର୍ଯ୍ୟ କରିବି । ଏଥିରେ ବ୍ୟତକ୍ରମ ହେଲେ ନିଆଳି ବାସୀଙ୍କ ଯାହାନିଷ୍ପତି ହିଁ ମୋ ନିଷ୍ପତି ବୋଲି କୃଷି ବିତ ମତ ଦେଇଥିଲେ ।

ଏହି ବୈଠରେ ବରିଷ୍ଠ ସମାଜ ସେବୀ ବଂଶୀ ଧର ରାଜ, ନାରାୟଣ ସାହୁ , ସଞ୍ଜୟ ଚୌଧୁରୀ ଏବଂ ରଶ୍ମି ରଞ୍ଜନ ମଲ୍ଲିକ ସନ୍ତୋଷ ପ୍ରଧାନ ବିନୟ ପ୍ରଧାନ ଜ୍ୟୋତି ରଞ୍ଜନ ପ୍ରଧାନ , ବିଚିତ୍ରା ନନ୍ଦ ବେହେରା , ବିଜୟ କୁମାର ପାଢ଼ୀ , ହେମାନନ୍ଦ ଭୋଇ , ତ୍ରିନାଥ ଭୋଇ , ଖିରୋଧ କୁମାର ଭୋଇ, ମୁରଲୀ ଧର ଜେନା , ସୁରେନ୍ଦ୍ର ଦାସ , ସୁବାସ ଚନ୍ଦ୍ର ମହାନ୍ତି , ଟୁଲୁ ରଞ୍ଜନ ଦାସ ବୁଲୁ ଦାସ , ବିଷ୍ଣୁ ଚରଣ ଦାସ , ନାରାୟଣ ରାଜ, ହିରଚାନ୍ଦ ସେନାପତି , ତୋଫାନ ବେହେରା , ଖିରୋଧ ଭଟ୍ଟ,

ନିରଞ୍ଜନ ଡାଳୁଆ , ଅକ୍ଷୟ ନାୟକ , ଝରି ଦାସ ,ଗଣେଶ ଚନ୍ଦ୍ର ଦାସ ,ପ୍ରକାଶ ସାହୁ, ବାବୁଲି ପାଢ଼ୀ , ହାପି ପାଢ଼ୀ , ଜେତେନ୍ଦ୍ର ଡାଳୁଆ , ମୂରଲୀଧର ବାରିକ , ବିଭୂତି ଦାସ , ନବଦାସ, ଦାମୋଦର ସେନାପତି , ପ୍ରମୁଖଙ୍କ ସମେତ ପଞ୍ଚାୟତ ରୁ ଶତାଧିକ ଲୋକ ଯୋଗ ଦେଇ କୃଷି ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ ଙ୍କୁ ବିଧାନସଭା ପ୍ରାର୍ଥୀ କରିବା ପାଇଁ ବୈଠକ ରେ ଜୋର ଦାବି କରିଥିଲେ ।

Exit mobile version