ସାପ କାମୁଡାରେ ଯୁବକଙ୍କ ମୃତ୍ୟୁ

୨୨ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ କରୁକୁଡୁପା ଗ୍ରାମରେ ଘଟିଛି ଏକ ଦୁଃଖଦ ପୂର୍ଣ୍ଣ ଘଟଣା l ଉକ୍ତ ଗ୍ରାମର ସଙ୍କୀ ମାଝୀ ଙ୍କ ପୁଅ ସକତା ମାଝୀ (32) ଙ୍କୁ ସାପ କାମୁଡ଼ିବାରୁ ମୃତ୍ୟୁ ଘଟିଥିବା ଜଣାପଡିଛି l ପ୍ରକାଶ ଯେ, ପ୍ରତିଦିନ ଭଳି ଗୁରୁବାର ରାତିରେ ମଧ୍ୟ ସକତା ମାଝୀ ଖାଇ ପିଇ ଶୋଇଥିବା ସମୟରେ କୌଣସି ସ୍ଥାନରୁ ଏକ ବିଷଧର ସାପ ଆସି କାମୁଡ଼ିବା ଦ୍ବାରା ସେ ଛଟପଟ ହୋଇଥିଲେ l

ଏହି ବିଷୟ ପରିବାର ଲୋକେ ଜାଣିବା ପରେ ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କ ସହାୟତାରେ ନିକଟସ୍ଥ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ, ହେଲେ ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ପୁଣି ସଙ୍ଗେ ସଙ୍ଗେ ତୁମୁଡିବନ୍ଧରୁ ଆମ୍ବୁଲାନ୍ସ ଯୋଗେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ କୁ ଆଣି ଭର୍ତ୍ତୀ କରିଥିଲେ l ଡାକ୍ତର ପରୀକ୍ଷା କରିବା ବେଳକୁ ସକତା ର ମୃତ୍ୟୁ ଘଟିଥିଲା l ଖବର ପାଇ ଶୁକ୍ରବାର ସକାଳେ ବାଲିଗୁଡ଼ା ପୁଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି ।

Exit mobile version